ରାଜ୍ୟବ୍ୟାପୀ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ କାର୍ଯ୍ୟକ୍ରମ

202

ଭୁବନେଶ୍ୱର: ଆସନ୍ତାକାଲି ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ ଦିବସ’ କାର୍ଯ୍ୟକ୍ରମ ପାଳିତ ହେଉଛି। ଏଆଇସିସିର ମାର୍ଗଦର୍ଶିକା ଅନୁସାରେ ଓଡ଼ିଶାର ସମସ୍ତ ଜିଲ୍ଲା ସଦର ମହକୁମାରେ ଏହି କାର୍ଯ୍ୟକ୍ରମ ହେବ। ଭୁବନେଶ୍ବରଠାରେ ପିସିସି ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ସମ୍ବିଧାନ ବଞ୍ଚାଅ ଦିବସ’ ପାଳନ ପାଇଁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନ ପ୍ରେକ୍ଷାଳୟରେ ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ଶ୍ରୀ ଶିବାନନ୍ଦ ରାୟଙ୍କ ପୌରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା। ‘ସମ୍ବିଧାନ ବଞ୍ଚାଅ ଦିସବ’ କାର୍ଯ୍ୟକ୍ରମରେ ପିସିସିର ବିଭିନ୍ନ ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠ ଓ ନେତୃବୃନ୍ଦଙ୍କ ଉଦ୍ୟମରେ ଯୋଗଦେବାକୁ ଥିବା ନେତା ଓ କର୍ମୀଙ୍କ ସଂଖ୍ୟା, ଉପରୋକ୍ତ ପ୍ରସ୍ତୁତି ବୈଠକରେ ଭୁବନେଶ୍ବର କଂଗ୍ରେସ ଜିଲ୍ଲା ସଭାପତି ପ୍ରକାଶ ଜେନା ଓ ପିସିସିର ଏସ୍‌ସି ବିଭାଗ ଅଧ୍ୟକ୍ଷ ମାନସ ମଲ୍ଲିକଙ୍କ ତତ୍ତ୍ବାବଧାନରେ ନିର୍ଦ୍ଧାରଣ କରାଯାଇଥିଲା। ଉକ୍ତ ପ୍ରସ୍ତୁତି ବୈଠକରେ ଶ୍ରୀକାନ୍ତ ଜେନା, ସୁରେଶ ରାଉତରାୟ, ସୁଜିତ୍ ପାଢ଼ୀ, ଡ଼ ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ରଞ୍ଜିତ ପାତ୍ର, ଅଶୋକ ଦାସ, ଯଶବନ୍ତ ସିଂହ ଲାଗୁରୀ, ୟାସିର ନଓ୍ବାଜ, ଅରବିନ୍ଦ ଦାସ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାଶ, ଅଜୟ ମହାପାତ୍ର, ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ଶେଷରେ ମାନସ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.