ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ରାଜ୍ୟସ୍ତରୀୟ ଲ୍ୟାବ ଟେକ୍‌କନ୍ ୨୦୨୫ ସମ୍ମିଳନୀ ଅନୁଷ୍ଠିତ

226

ଭୁବନେଶ୍ୱର, ଡିସେମ୍ବର ୨: ନଭେମ୍ବର ୩୦ ତାରିଖ ରବିବାର ଦିନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ ଓ ଅଲ୍ ଇଣ୍ଡିଆ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟସ ଆସୋସିଏସନ୍ (ଏଆଇଏମ୍‌ଏଲ୍‌ଟିଏ) ର ମିଳିତ ସହଯୋଗରେ ଓଡ଼ିଶା ରାଜ୍ୟସ୍ତରୀୟ ଲ୍ୟାବ ଟେକ୍‌କନ୍ ୨୦୨୫ ସାଇନ୍‌ଟିଷ୍ଟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏହି ସମ୍ମିଳନୀର ଉଦ୍‌ଘାଟନୀ କାଯ୍ୟକ୍ରମରେ ସୋଆର ପ୍ରମୁଖ ପରାମର୍ଶଦାତା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲ୍ୟାବ ଟେକ୍ନିସିଆନ୍‌ମାନେ କିପରି ଭାବେ ଉନ୍ନତ ଜ୍ଞାନର ଉପଯୋଗ କରି ସେବାକାର୍ଯ୍ୟ କରିପାରିବେ ସେ ସମ୍ପର୍କରେ ଛାତ୍ରଛାତ୍ରୀ ତଥା ଟେକ୍ନିସିଆନ୍‌କୁ ବୁଝାଇଥିଲେ ।
ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଆଇଏମ୍‌ଏସ୍ ଓ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏହି ସମ୍ମିଳନୀର ବିଶେଷତ୍ୱ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଏଆଇଏମ୍‌ଏଲ୍‌ଟିଏର ସାଧାରଣ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ପ୍ରସାଦ, ସମ୍ ହସ୍ପିଟାଲ୍‌ର ଡାକ୍ତର ରାଜଶ୍ରୀ ପାଣିଗ୍ରାହୀ, ଡାକ୍ତର ସୁନୀଲ ଅଗ୍ରୱାଲା, ଡାକ୍ତର ଦେବାଶିଷ ସାହୁ, ଡାକ୍ତର ସୁନୀଲ ଝା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମର ଅଧିବେଶନର ପ୍ରଥମାର୍ଦ୍ଧରେ ଏଆଇଏମ୍‌ଏଲ୍‌ଟିର ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଥିଲା । ଏଆଇଏମ୍‌ଏଲ୍‌ଟିଏର ଉପସଭାପତି ଶ୍ରୀ ରଶ୍ମିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଏହି କାର୍ଯ୍ୟକ୍ରମର ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଡାକ୍ତର ଦିପିକା ମହାନ୍ତ, ଡାକ୍ତର ସୌରଭ ମହାପାତ୍ର, ଡାକ୍ତର ବିଭୂଦତ ରାଉତରାୟ, ଡାକ୍ତର କେ. ମୋହନୀରାଓ ଏବଂ ଡାକ୍ତର ଅମୃତା କର ଯୋଗ ଦେଇଥିବା ଟେକ୍ନିସିଆନ୍ ଓ ଛାତ୍ରଛାତ୍ରୀମାନଙ୍କୁ ନୂତନ ଟେଷ୍ଟିଂର କୌଶଳ ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଚାରିଜଣ ପୁରାତନ ଟେକ୍ନିସିଆନମାନଙ୍କୁ ଏଆଇଏମ୍‌ଏଲ୍‌ଟିଏ ଲାଇଫ୍‌ଟାଇମ୍ ଆଚିଭମେଂଟ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଓଡ଼ିଶାର ବିଭିନ୍ନ ଜିଲ୍ଲାର ମେଡିକାଲ୍ କଲେଜ ଓ ହସ୍ପିଟାଲରୁ ୪୦୦ ରୁ ଊର୍ଦ୍ଧ୍ୱ ଟେକ୍ନିସିଆନସ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.