ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ ୨୦୨୫’ ଉଦଯାପିତ

56

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ ୨୦୨୫ ଉଦଯାପିତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ମହୋତ୍ସବର ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କ୍ରୀଡା ଏବଂ ଉତ୍ସାହର ପାଞ୍ଚ ଦିନିଆ ମହୋତ୍ସବର ଶେଷ ପର୍ଯ୍ୟାୟ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଶିଶୁ ସୁରକ୍ଷା ସମିତି ଅତିରିକ୍ତ ନିର୍ଦ୍ଦେଶକ ମୋନାଲିସା ଦେବତା , ସ୍ୱାଗତ ଭାଷଣ ସହିତ ପ୍ରଦାନକରି ପ୍ରତ୍ୟେକ ଶିଶୁର ଅଂଶଗ୍ରହଣ ଏବଂ ଅଭିବୃଦ୍ଧି ପାଇଁ ସୁରକ୍ଷିତ ଏବଂ କୃତିତ୍ଵର ସ୍ୱୀକୃତିକୁ ନିଶ୍ଚିତ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଶ୍ରୀ ୱିଲିୟମ୍ ହାନଲନ୍ ଜୁନିଅର ରାଜ୍ୟର ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ ଏବଂ ପିଲାମାନଙ୍କୁ ଆତ୍ମବିଶ୍ୱାସ,ଶୃଙ୍ଖଳା ଏବଂ ଜୀବନ ଗଠନ କରିବାରେ ଉତ୍ସାହ ଭଳି ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

Comments are closed, but trackbacks and pingbacks are open.