ଯାତ୍ରା ପେଣ୍ଡାଲରେ ଅଶ୍ଲିଳ ନୃତ୍ୟ ପ୍ରଦର୍ଶନକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ରାଜ୍ୟ ମାନବ ଅଧିକାର ସଦସ୍ୟ

195

ଭୁବନେଶ୍ବର: ଯାତ୍ରା ପେଣ୍ଡାଲରେ ଅଶ୍ଲିଳ ନୃତ୍ୟ ପ୍ରଦର୍ଶନକୁ ବିରୋଧ। ଥାନାର ଦ୍ୱାରସ୍ଥ ହେଲେ ରାଜ୍ୟ ମାନବ ଅଧିକାର ସଦସ୍ୟ। ଅନେକ ସମୟରେ ବିଭିନ୍ନ ଯାତ୍ରା ପେଣ୍ଡାଲରେ ଅଶ୍ଳିଳ ନୃତ୍ୟ ଦେଖିବାକୁ ମିଳିଥାଏ। ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକ ମାନେ କେତେବେଳେ ତାଳି ମାରିଥାନ୍ତି ତ କେତେବେଳେ ଚେୟାର ଫୋପଡା ଦୃଶ୍ୟ ଦେଖିବାକୁ ମିଳିଥାଏ।ପରୋକ୍ଷରେ ହେଉ ଅବା ପ୍ରତକ୍ଷ୍ୟରେ ହେଉ ଯାତ୍ରା କମିଟି କିମ୍ବା ଯାତ୍ରା ପାଟି ଏହାକୁ ପ୍ରଶୟ ଦେଉଥିବା ଦେଖାଯାଉଛି। ଯାହାକୁ ନେଇ ଆଜି ମାନବ ଅଧିକାର କର୍ମୀମାନେ ଏକଜୁଟ ହୋଇ ଚୌଦ୍ୱାର ଥାନାର ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ କହିବା ମୁତାବକ ସରକାର ଏହି ଅଶ୍ଳିଳ ନୃତ୍ୟ ପଦର୍ଶନ କରୁଥିବା ନୃତ୍ୟକାରଙ୍କ ପ୍ରତି ଗଭୀର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ୍ ଯେବେ ଯାତ୍ରା ପେଣ୍ଡାଲରେ ସତକୁ ସତ ଦୁଷ୍କର୍ମ ହେଵ ସରକାରଙ୍କ ଚେତା ପଶିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।

Comments are closed, but trackbacks and pingbacks are open.