ବାରବାଟୀରେ ବିଜୁଳି ବିଭ୍ରାଟ, ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର

82

ଭୁବନେଶ୍ବର : ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ସୋ କଜ୍ ନୋଟିସ୍ ।  ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର।  କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି ନୋଟିସ। କାହିଁକି ଫ୍ଲଡ୍ ଲାଇଟ୍ ବିଭ୍ରାଟ ହେଲା, ୧୦ ଦିନ ଭିତରେ ଜଣାଇବାକୁ ନୋଟିସ ଜାରି ହୋଇଛି ।  ଏହି ତ୍ରୁଟି ପାଇଁ କେଉଁ ବ୍ୟକ୍ତି ବା ଏଜେନ୍ସୀ ଦାୟୀ ଜାଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭବିଷ୍ୟତରେ ଯେପରି ଏହି ତ୍ରୁଟିର ପୁରନରାବୃତ୍ତି ନହୁଏ ସେଥିପାଇଁ କଣ ପଦକ୍ଷେପ ନିଆଯାଇଛି, ତାହା ଜଣାଇବାକୁ କୁହାଯାଇଛି ।  ଗତକାଲି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ କଟି ଯାଇଥିଲା ।  ଅନ୍ଧାର ଯୋଗୁଁ ପ୍ରାୟ ଅଧ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା ମ୍ୟାଚ୍।

Comments are closed, but trackbacks and pingbacks are open.