ଭୁବନେଶ୍ୱର: ପ୍ୟାନେଲରୁ ବାଦ୍ ପଡିଲେ ୩ ଘରୋଇ ବ୍ୟାଙ୍କ୍ । ଜମା କରାଯାଇପାରିବନି ସରକାରୀ ଟଙ୍କା । ବିଗତ ୨ ବର୍ଷରେ ଦୁର୍ବଳ ପ୍ରଦର୍ଶନ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଭଲ ରହୁନାହିଁ । ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଘରୋଇ HDFC ବ୍ୟାଙ୍କ୍, ICICI ବ୍ୟାଙ୍କ ଏବଂ AXIS ବ୍ୟାଙ୍କକୁ ରାଜ୍ୟ ସରକାର ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ରହିଥିବା ପ୍ୟାନେଲରୁ ତତ୍କାଳ ହଟାଇ ଦିଆଯାଇଛି ।ସରକାରୀ ପ୍ରତିଷ୍ଠାନଗୁଡିକ ମଧ୍ୟରେ ବିଭିନ୍ନ ବିଭାଗ, ନିର୍ଦ୍ଦେଶାଳୟ, ବିଭାଗୀୟ ମୁଖ୍ୟ ଦପ୍ତର, ପ୍ରତିଷ୍ଠାନ, ଏଜେନ୍ସି, ରାଷ୍ଟ୍ରାୟାତ୍ତ ଉଦ୍ୟୋଗ, ସୋସାଇଟି ଏବଂ ବିଶ୍ୱବିଦ୍ୟାଳୟ ଆଦି ରହିଛନ୍ତି । ୩ଟି ଘରୋଇ ବ୍ୟାଙ୍କରୁ ସରକାରୀ ବିଭାଗ ପ୍ରତିଷ୍ଠାନ ବା ସଂସ୍ଥାଗୁଡିକ ତୁରନ୍ତ ସଞ୍ଚୟ ଜମାଖାତା, ଚଳନ୍ତି ଖାତା ଏବଂ ଅନ୍ୟାନ୍ୟ ଆକାଉଣ୍ଟ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed, but trackbacks and pingbacks are open.