ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ନୂଆ SOP

29

ଭୁବନେଶ୍ବର: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିତ ଭାବେ ଏକ ନୂତନ ମାନକ କାର୍ଯ୍ୟ ପ୍ରଣାଳୀ (SOP) ଜାରି କରାଯାଇଛି। ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଆଇନ-୨୦୨୩, ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଓ ବିକାଶ) ଆଇନ-୨୦୧୬ ଏବଂ ପଞ୍ଜୀକରଣ ଆଇନ-୧୯୦ର ବିଭିନ୍ନ ଆଇନଗତ ବ୍ୟାଖ୍ୟାକୁ ନେଇ ଦେଖାଦେଇଥିବା ଅସ୍ପଷ୍ଟତା ଦୂର କରିବା ସହ ସାରା ରାଜ୍ୟରେ ଏକ ସମାନ ପ୍ରକ୍ରିୟା ଅନୁସରଣ ସୁନିଶ୍ଚିତ କରିବା ପାଇଁ ଏହି ନୂତନ ନିୟମାବଳୀ ପ୍ରଣୟନ ହୋଇଛି। 

Comments are closed, but trackbacks and pingbacks are open.