ଭୁବନେଶ୍ୱର : ଓପିଏସ୍ ସ୍ତରରେ ବଡ଼ ଅଦଳବଦଳ । ୧୯ ଅତିରିକ୍ତ ଏସ୍ପିଙ୍କୁ ବଦଳି କଲେ ସରକାର। ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳିଲେ ବ୍ରହ୍ମପୁରର ଅତିରିକ୍ତ ଏସପି ସୀମା ସ୍ୱାଇଁ ।
ସୀମା ସ୍ୱାଇଁଙ୍କୁ ତାଲଚେର ଏନସିଆରକୁ ବଦଳି କରାଯାଇଥିବାବେଳେ ବଲାଙ୍ଗୀର ଅତିରିକ୍ତ ଏସପି ଆଲୋକ କୁମାର ଜେନା ପୁଣି ଥରେ ବ୍ରହ୍ମପୁରକୁ ଫେରିଛନ୍ତି । ଆଲୋକ ଜେନା ପୂର୍ବରୁ ବ୍ରହ୍ମପୁର ପୋଲିସ ଅଧିନରେ ଥିବା ଅନେକ ଥାନାରେ କାର୍ଯ୍ୟ କରିସାରିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ପରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।
ସେହିପରି ବରଗଡ଼ (ଆଇୟୁସିଏଡବ୍ଲ୍ୟୁ) ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟ ଢେଙ୍କାନାଳ (ଆଇୟୁସିଏଡବ୍ଲ୍ୟୁ)ର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏଇଟି, ଏସଓଜି ଅତିରିକ୍ତ ଏସପି ଅମ୍ରିତ କୁମାର ପଣ୍ଡା ବଲାଙ୍ଗୀର (ଆଇୟୁସିଏଡବ୍ଲ୍ୟୁ) ବଦଳି ହୋଇଛନ୍ତି । ଭିଜିଲାନ୍ସ ଅତିରିକ୍ତ ଏସପି ହୋଇଛନ୍ତି ରାୟଗଡ଼ା (ଆଇୟୁସିଏଡବ୍ଲ୍ୟୁ) ଅତିରିକ୍ତ ଏସପି ସ୍ୱସ୍ତିକ ପଣ୍ଡା, ସସ୍ମିତା ସାହୁ, ଅଶ୍ୱିନୀ କୁମାର ନାୟକ, ହରପ୍ରିୟା ନାୟକ । ବରଗଡ଼ ଡିଆଇବି ଅତିରିକ୍ତ ଏସପି ସୌରଭ ଓଟ୍ଟା କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛନ୍ତି ।
Comments are closed, but trackbacks and pingbacks are open.