ଇଭି ସବସିଡି ବଢ଼ାଇଲେ ରାଜ୍ୟ ସରକାର, ୨ ଚକିଆ କିଣିଲେ ୨୦ ହଜାର ଛାଡ଼

35

ଇଲେକ୍ଟ୍ରିକ୍ ଭେଇକିଲ୍ (ବ୍ୟାଟେରି ଚାଳିତ ଯାନ) ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୂର୍ବାପେକ୍ଷା ଇଭି ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ ଟଙ୍କା ସବସିଡି ଆକାରରେ ପାଇବେ ।

ଦୁଇ ଚକିଆ ଗାଡ଼ି କିଣୁଥିଲେ ପ୍ରତି ୧ କିଲୋୱାଟ୍ ବ୍ୟାଟେରି ପିଛା ୫ ହଜାର ଟଙ୍କା ହିସାବରେ ସର୍ବାଧିକ ୨୦ ହଜାର ଟଙ୍କା ସବସିଡି ମିଳିବ । ସେହିଭଳି ଅଟୋ ରିକ୍ସା କ୍ଷେତ୍ରରେ ସର୍ବାଧିକ ୩୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ୧ କିଲୋୱାଟ୍ ବ୍ୟାଟେରି ପିଛା ୧୦ ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ସବସିଡି ଦେବେ ରାଜ୍ୟ ସରକାର ।

ପୂର୍ବରୁ ରାଜ୍ୟ ସରକାର ଇଲେକ୍ଟ୍ରିକ୍ ଭେଇକିଲ୍ ମୂଲ୍ୟରେ ୧୫ ପ୍ରତିଶତ ସବସିଡି ଦେଉଥିଲେ । ୨ ଚକିଆ କ୍ଷେତ୍ରରେ ସର୍ବାଧିକ ୫ ହଜାର ଟଙ୍କା, ୩ ଚକିଆ କ୍ଷେତ୍ରରେ ୧୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ସର୍ବାଧିକ ୫୦ ହଜାର ଟଙ୍କା ସବସିଡି ଦେଉଥିଲେ ରାଜ୍ୟ ସରକାର । ତଥାପି ଆଶାନୁରୂପ ଇଭି ବିକ୍ରି ନ ହେବାରୁ ସରକାର ସବସିଡି ରାଶି ବୃଦ୍ଧି କରିଛନ୍ତି ।

Comments are closed, but trackbacks and pingbacks are open.