ଭୁବନେଶ୍ୱର: ଆଠ ଦଫା ଦାବି ନେଇ ରାଜ୍ୟ ଆୟୁଷ ଛାତ୍ର ସଂଗଠନ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଓ ଅଧିକାରୀ ଙ୍କୁ ବାରମ୍ବାର ଦାବୀ ପତ୍ର ଓ ଆଲୋଚନା କରିଛନ୍ତି। ହେଲେ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଗଲା ନାହିଁ। ଫଳରେ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଆଙ୍କୁଶପୁର ଆଦି ସମସ୍ତ ସରକାରୀ ଆୟୁଷ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ କଳାବ୍ୟାଚ ପରିଧାନ କରି ସରକାର ଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ କରିବେ। ଓଡ଼ିଶାରେ ନୂତନ ଆୟୁଷ ପଦବୀ ଓ ପି ଏସ ସି ଦ୍ଵାରା ଖୋଲାବା,ପିଜି ଓ ପି ଏଚ ଡ଼ି ସିଟ ସଂଖ୍ଯା ବୃଦ୍ଧି ,ଡାଇନାମିକ ଭର୍ତା ଆୟୁଷ ହାଉସ ସର୍ଜନଙ୍କୁ ତୁରନ୍ତ ପ୍ରଦାନ,ସମସ୍ତ ଆୟୁଷ କଲେଜ ରେ ପରିଚାଳନା କମିଟି ଗଠନ ,ଆୟୁଷ ମନ୍ତ୍ରାଳୟ ନିର୍ଦ୍ଦେଶାବଳି ଅନୁଯାଇ ଭିତ୍ତିଭୂମି ଓ ମାନବ ସମ୍ଭଳ ଯୋଗେଇଦେବା ,ରାଜ୍ୟ ସରକାର ଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନା ରେ ଆୟୁଷ କ୍ଷେତ୍ର ରେ ଲାଗୁ କରିବା,ଆୟୁଷ ଚିକିତ୍ସା ର ପ୍ରଚାର ପ୍ରସାର ପାଇଁ ବିଧିବ୍ୟବସ୍ଥା, ରାଜ୍ୟରେ ଆୟୁଷ ବିଭାଗ ସ୍ଥାପନ ଆଦି ଦାବୀ ରହିଛି।
Comments are closed, but trackbacks and pingbacks are open.