ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା : ହିତାଧିକାରୀ ଆଉ ତିନି ମାସ ପାଇଁ ମାଗଣା ଚାଉଳ ପାଇବେ

27

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁଁଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକାର ପାଇବେ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୨୦୨୨, ଏହି ତିନି ମାସ ପାଇଁ ହିତାଧିକାରୀ ମାନେ NFSA ହିତାଧିକାରୀମାନଙ୍କ ପରି ମୁଣ୍ଡପିଚ୍ଛା ମାସକୁ ୫ କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବେ ।

Comments are closed, but trackbacks and pingbacks are open.