ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ

302

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଲୋକସଭା ଭବନରେ ସଂଧ୍ୟା 5ଟାରେ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ଏଥିରେ 6ଟି ବିଭାଗର 7ଟି ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଉପରେ ଆଲୋଚନା ହେବ। ସେଥିମଧ୍ୟରେ ରାଜ୍ୟର ରାଜସ୍ବ ନୀତିରେ କେତେକ ସଂଶୋଧନ ସହ ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମୋହନ ସରକାର ଆସିବା ପରେ ବର୍ତ୍ତମାନ 22 ଟି କ୍ୟାବିନେଟ ବୈଠକ ହୋଇସାରିଛି।

Comments are closed, but trackbacks and pingbacks are open.