ପୁରୀରେ ହେବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

97

ଭୁବନେଶ୍ବର: ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ ଯୋଗ ଦେବା ପାଇଁ ଓଡିଶା ଆସୁଛନ୍ତି। ଏ ନେଇ ରାଜ୍ୟ ବିଜେପି ତରଫରୁ ଏହି ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ ଆସନ୍ତା ୧୯ ଏବଂ ୨୦ ତାରିଖରେ ପୁରୀରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ସେଥିରେ ଶ୍ରୀ ନଡ୍ଡା ଯୋଗଦେବେ। ପୁରୀର ବ୍ଲ ଲିଲି ହୋଟେଲରେ ଏହି ବୈଠକ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିରେ ୧୯ ତାରିଖ ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବ। ଅପରାହ୍ନ ୨ଟା ୩୦ରେ କାର୍ଯ୍ୟକାରିଣୀ ବୈଠକ ଉଦଘାଟିତ ହେବ ଏବଂ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ବୈଠକରେ ରାଜ୍ୟର ସବୁ ନେତା ଉପସ୍ଥିତ ରହିବେ। ଏଥିରେ ଚଳିତ ବିଧାନସଭା ଏବଂ ଲୋକସଭା ନିର୍ବାଚନର ସଂଯୋଜକ, ଜିଲ୍ଲା ସାଧାରଣ ସଂପାଦକ, ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି, ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ସାଂସଦ ବିଧାୟକ, କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏହା ହେଉଛି ପ୍ରଥମ କାର୍ଯ୍ୟକାରିଣୀ ବୈଠକ।

Comments are closed, but trackbacks and pingbacks are open.