ଆରମ୍ଭ ହେଲା + ୩ ନାମଲେଖା :ଅଗଷ୍ଟ ୧୧ରୁ ୧୫ ତାରିଖ ଯାଏଁ କରିପାରିବେ ଆବେଦନ

35

+୨ କଳା ପରୀକ୍ଷା ଫଳ ପ୍ରକାଶିତ ହେବ ପରେ,ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୧୧ରୁ ୨୫ ତାରିଖ ଯାଏଁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିପାରିବେ । ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟର ମେଧା ତାଲିକା । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୧ରୁ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ୧୧ର ତାରିଖ ଦିନ ୧୧ଟା ଠାରୁ www.samsodisha. gov. in ରେ ଅନ୍‌ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହେବ Iସେପ୍ଟେମ୍ବର ୨ରୁ ୫ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ ।

ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ତେବେ ସେପ୍ଟେମ୍ବର ୧୨ରୁ ୧୪ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଖାଲିଥିବା ସିଟ ତାଲିକା ୧୬ ତାରିଖରେ ପ୍ରକାଶ ପାଇବ ।

ତେବେ ପୂର୍ବରୁ ବିଜ୍ଞାନ, ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଆଜି କଳା ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ ଲକ୍ଷ ୮ ହଜାର ୬୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜଣାପଡିଛି । ସେହିପରି ଯୁକ୍ତ ୨ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି ।

Comments are closed, but trackbacks and pingbacks are open.