ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସର୍ବେକ୍ଷଣ ଆରମ୍ଭ

1,047

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେଲା ଭୋଟର ତାଲିକା ସର୍ବେକ୍ଷଣ ତାଲିକା ପ୍ରସ୍ତୁତି I ‘୨୦୨୪-ସାଧାରଣ ନିର୍ବାଚନ’କୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଦେଇଛନ୍ତି I ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ୩୭୬୦୬ ଜଣ ବୁଥ୍‌ସ୍ତରୀୟ ଅଧିକାରୀମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେଧରି ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ I ଏ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ରାଜ୍ୟର ୩୦ ଜିଲ୍ଲାରେ ଥିବା ୧୪୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତାଲିକା ପ୍ରସ୍ତୁତ କରିବେ I ଏହାବାଦ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯୋଗ କରିବା ସହିତ ନୂଆ ଭୋଟରଙ୍କ ତାଲିକା ପ୍ରସ୍ତୁତ କରିବେ I
ଯେଉଁ ମାନଙ୍କ ବୟସ ୦୧/୧୦/୨୦୨୪ ସୁଦ୍ଧା ୧୮ ବର୍ଷ ପୂର୍ଣ୍ଣ ହେଉଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦଦେଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ I

ସେହିପରି ତଥ୍ୟ ସଂଗ୍ରହକାରୀ ଅଧିକାରୀମାନଙ୍କୁ ସହଯୋଗ କରି ସଠିକ ତଥ୍ୟ ପ୍ରଦାନ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନାଗରିକମାନଙ୍କୁ ନିବେଦନ କରିଛନ୍ତି ।

Comments are closed, but trackbacks and pingbacks are open.