ଅବଢ଼ାର ମାନ ଯାଞ୍ଚ ହେବ: ମନ୍ତ୍ରୀ

18

ଭୁବନେଶ୍ୱର: ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର କହିଛନ୍ତି । ସେ କହିଛନ୍ତି ଯେ ରୋଷଘରକୁ ଯାଉଥିବା ସାମଗ୍ରୀ ଓ ସେଠାରୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ କରାଯିବ । ମାନ ଯାଞ୍ଚ କରାଯିବା ପାଇଁ ଫୁଡ ଇନ୍ସପେକ୍ଟର ନିଯୁକ୍ତ ହେବେ । ଫୁଡ ଇନ୍ସପେକ୍ଟରଙ୍କ ନିଯୁକ୍ତି ନେଇ ସ୍ୱାସ୍ଥ୍ୟବିଭାଗ ସହ ଆଲୋଚନା ଶେଷ ହୋଇଛି । କେବଳ ଅବଢ଼ା ନୁହେଁ, ଘିଅର ମାନ ମଧ୍ୟ ଯାଞ୍ଚ ହେବ । ବାଲାଜୀ ମନ୍ଦିରରେ ଘଟିଥିବା ଘଟଣା ପୂର୍ବରୁ ଆମକୁ ସଜାଗ ହେବାକୁ ପଡ଼ିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଆମେ ଏଭଳି ଅଘଟଣ ହେବାକୁ ଦେବୁନୁ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.