ମାତା ବୈଷ୍ଣୋଦେବୀ ମନ୍ଦିର ରେ ଦଳାଚକଟା :୧୨ ମୃତ ,୧୫ ଗୁରୁତର

0 32

ନୂଆ ବର୍ଷ ଅବସରରେ ଜମ୍ମୁ ସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିରରେ ଅସମ୍ଭାଳ ଭିଡ଼ ଯୋଗୁଁ ଦଳଚକଟା ରେ ୧୨ ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ୧୫ରୁ ଊର୍ଧ୍ୱ ଗୁରୁତର ହେଇଛନ୍ତି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିପାରି ନ ଥିବାବେଳେ ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକ ଓ ଆହତଙ୍କ ପାଇଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ।

ସୂଚନାନୁସାରେ, ଶୁକ୍ରବାର ନୂଆବର୍ଷ ପାଇଁ ଶ୍ରଦ୍ଧାଳୁମାନେ ମାତାଙ୍କ ଦର୍ଶନ ପାଇଁ ଏଠାରେ ପହଁଚିଥିଲେ । କୌଣସି କାରଣରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ରାତି ପ୍ରାୟ ୨ଟା ୪୫ରେ ଏହି ବୈଷ୍ଣୌଦେବୀ ମନ୍ଦିରରେ ଦଳଚକଟା ହୋଇ ଏହି ଅଘଟଣ ହୋଇଥିଲା । ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂଙ୍କ ସୂଚନା ଅନୁସାରେ, ପରେ ପରସ୍ପରକୁ ଧକ୍କା ଦେଇଥିଲେ । ଯଦ୍ୱାରା ଦଳଟକଟା ହୋଇଥିଲା । ଏହି ଦଳାଚକଟା ସମୟରେ ଯିଏ ଯୁଆଡେ ପାରିଲେ ଦୌଡିବାକୁ ଲାଗିଥିଲେ ତେଣୁ ମୃତାହତ ଙ୍କ ସଂଖ୍ୟା ବଢି ଯାଇଥିଲା ।
ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତଦାହତଙ୍କୁ କଟରା ଓ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ । ମୃତକଙ୍କ ମଧ୍ୟରେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁ-କାଶ୍ମୀରର ଶ୍ରଦ୍ଧାଳୁ ରହିଛନ୍ତି । ଅନ୍ୟମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ପୋଲିସର କହିବାନୁସାରେ, ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।

Leave A Reply

Your email address will not be published.