ହାଇଦ୍ରାବାଦ: କାସି ବୁଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ହେବାରୁ ଅତି କମରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଏକାଦଶୀ ଅବସରରେ ଏଠାରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଅଘଟଣ ଘଟିଥିଲା ବୋଲି ଖବର ମିଳିଛି ।
ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ଏଥିସହିତ ପୀଡିତଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି। ତେବେ ଆହତ ବ୍ୟକ୍ତି ମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କର୍ମଚାରୀ ଏବଂ ସ୍ଥାନୀୟ ନେତାମାନଙ୍କୁ ଦଳାଚକଟା ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ଏକାଦଶୀ ଭଳି ପବିତ୍ର ଦିନରେ ଏହିପରି ମର୍ମନ୍ତୁଦ ଦୁର୍ଘଟଣା ଘଟି ଲୋକମାନେ ପ୍ରାଣ ହରାଇଥିବାରୁ ସେ ଦୁଃଖିତ ଥିବା ନେଇ କହିଛନ୍ତି।
Next Post
Comments are closed, but trackbacks and pingbacks are open.