ଫେବ୍ରୁଆରୀ ୧ ରୁ ଖୋଲିବ ଶ୍ରୀମନ୍ଦିର

43

ଫେବ୍ରୁଆରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଛତିଶା ନିଯୋଗ ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ମଧ୍ୟରେ ଭକ୍ତମାନେ ଶୃଙ୍ଖଳିତ ଭାବରେ ଯାଇ ୧ ତାରିଖରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ତେବେ ପୂର୍ବ ଭଳି ପ୍ରତି ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ସେହି ଦିନ ମନ୍ଦିର ସାନିଟାଇଜ୍‌ କରାଯିବ । ପୁରୀ ବାହାର୍ର ଭକ୍ତମାନେ ପୂର୍ବ ଦ୍ୱାର ବାଟେ ପ୍ରବେଶ କରିବେ । ସେହିପରି ପଶ୍ଚିମ ଦ୍ୱାର ବାଟେ ପୁରୀବାସୀ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ମନ୍ଦିର ଖୋଲିବା ଓ ବନ୍ଦ ନେଇ ଏସ୍‌ଓପି ଆସିବ । ବୈଠକ ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।
କୋଭିଡ ସଂକ୍ରମଣ ବଢ଼ୁଥିବାରୁ ସାଧାରଣ ଦର୍ଶନ ନିମନ୍ତେ ଶ୍ରୀ ମନ୍ଦିର କୁ ବନ୍ଦ ରଖାଯାଇଥିଲା ଇ ଏବେ କୋଭିଡ୍‌ ଧୀରେ ଧୀରେ କମିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିଅନୁସାରେ ଆସନ୍ତା ଫେବ୍ରୁଆରୀ ୧ ରେ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.