ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଧାର୍ଯ୍ୟ ହେଲା ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

44

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ରାଜାନ୍ଦ୍ରିଭିଷେକ ଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଂଟ ନେଇ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଛି ଇ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ସମ୍ପର୍କରେ ହୋଇଛି ନିଷ୍ପତ୍ତି । କରୋନା ପୂର୍ବରୁ ଭକ୍ତମାନେ ଯେପରି ଭାବେ ଦର୍ଶନ କରୁଥିଲେ ସେହିପରି ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ ଭକ୍ତ । ଜୁନ୍ ୧୪ ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର୍ ୪ଟାରୁ ଆରମ୍ଭ ହେବ ପହଣ୍ଡି । ସକାଳ ୬ଟା ସୁଦ୍ଧା ପହଣ୍ଡି ଶେଷ ହେବ । ସକାଳ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ ଓ ପୂଜା ବିଧି ପରେ ମଧ୍ୟାହ୍ନ ୧୨ଟା ୧୫ରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ହାତୀବେଶ ସମ୍ପନ୍ନ ହେବ । ଶ୍ରୀବିଗ୍ରହମାନଙ୍କୁ ଜଳଲାଗି ଓ ହାତୀବେଶ ପରେ ଭକ୍ତମାନେ ବଡ଼ଦାଣ୍ଡରୁ ୩ଘଣ୍ଟା ପାଇଁ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସୁଯୋଗ ପାଇବେ । କିନ୍ତୁ ସ୍ନାନ ମଣ୍ଡପରେ ଦର୍ଶନବେଳେ ମହାପ୍ରଭୁଙ୍କୁ ଭକ୍ତମାନେ ଛୁଇଁ ପାରିବେନି ବୋଲି ନିଷ୍ପତ୍ତି ନିଆଯାଇଛି।

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ। ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ କରାଯାଇଛି। ଏଥିସହ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ସମାପନ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି।
ଏହି ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି ନକରିବେ ସେନେଇ ଗୁରୁତ୍ବ ଦିଆଯାଇଛି ।ଏହା ସହିତ ବିଶୃଙ୍ଖଳା ଆଚରଣ ଉପରେ ନଜର ରଖିବାକୁ ସ୍ନାନମଣ୍ଡପରେ ସିସିଟିଭି ଓ ଭିଡିଓ ରେକର୍ଡ଼ିଂର ବ୍ୟବସ୍ଥା କରାଯିବ । ସମନ୍ବୟ ରକ୍ଷା କରି ନୀତି ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି କହିଛନ୍ତି ସେବାୟତ ।

ବୈଠକ ପରେ ଆଜି ରଥ ଖଳାରେ ୩ ରଥର ନିର୍ମାଣ କାମ ବୁଲି ଦେଖିଛନ୍ତି ଗଜପତି ମହାରାଜ । ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ଭାବରେ ମହାରଣା ସେବାୟତମାନଙ୍କ ସହ ରଥ କାମ କେତେ ବାଟ ଆଗେଇଛି, କେଉଁ କେଉଁ କାମ ସରିଛି, ଆଉ କେତେ କାମ ବାକି ଅଛି, ସେ ସଂପର୍କରେ ପଚାରି ବୁଝିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେଓ ।

Comments are closed, but trackbacks and pingbacks are open.