ପ୍ରଯୋଜକ ଟୁଟୁ ନାୟକ ଗିରଫ

1,476

ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା । ପ୍ରଯୋଜକ ଟୁଟୁ ନାୟକ ଗିରଫ । ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ପୋଲିସ୍ । ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ କଟକରୁ ଆଜି ଉଠାଇ ଆଣିଥିଲା ପୋଲିସ୍ । ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଆକ୍ରମଣ କରିଥିଲେ। ମହିଳା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷାରେ ଗାଳି କରିଥିଲେ। ପୁଣି ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିଥିଲେ ଟୁଟୁ।

ଭୁବନେଶ୍ଵରର ଏକ ସିନେମା ହଲ୍‌କୁ ନ୍ୟୁଜ୍ ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା। ପାଖକୁ ଆସି ହଠାତ୍ ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷା ପ୍ରୟୋଗ କରିଥିଲେ। ବୁମ୍ ଉଠାଇଥିବା ବେଳେ ପୁଣି ସାମ୍ବାଦିକାଙ୍କୁ ପିଠିକୁ ଜୋର୍‌ରେ ପିଟିଲେ। ଟୁଟୁଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାମ୍ବାଦିକା। ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ମାନସିକ ଆଘାତ ପାଇବା ସହ ନିଜକୁ ଅସୁରକ୍ଷିତ ମଣୁଛି କହିଥିଲେ ସାମ୍ବାଦିକା। ଟୁଟୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକାଙ୍କ ଦାବି ହୋଇଥିଲା।  

ଏପଟେ  ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ ।  ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।

ଅନ୍ୟପକ୍ଷେ ମହିଳା ସାମ୍ବାଦିକ ସଂଘ ନ୍ୟାୟ ପ୍ରଦାନ ଦାବିରେ ଡିସିପିଙ୍କୁ ଭେଟି ଟୁଟୁ ନାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ସିସିଟିଭି ଫୁଟେଜ ଆଧାରରେ ନିରପେକ୍ଷ ତଦନ୍ତ କରିବା ସହ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡିସିପି । ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ମଧ୍ୟ କଡା ପ୍ରତିକ୍ରିୟା ରଖିବା ସହ  ପ୍ରଯୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଏ ସବୁ ଚାପ ପରେ ଆଜି ଟୁଟୁ ନାୟକଙ୍କୁ  ଗିରଫ କରିଛି ପାେଲିସ ।

Comments are closed, but trackbacks and pingbacks are open.