ବୃନ୍ଦାବନରେ ଏକାଠି ପ୍ରବଚନ ଶୁଣିଲେ ଅନୁଷ୍କା ଶର୍ମା ଏବଂ ଷ୍ଟାର କ୍ରିକେଟର ବିରାଟ

34

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଏକାଠି ପ୍ରବଚନ ଶୁଣୁଥିବା ଦେଖିବାକୁ ମିଳିଛନ୍ତି । ବୃନ୍ଦାବନ ଆଶ୍ରମରେ ଉଭୟ ପ୍ରବଚନ ଶୁଣୁଥିବାର ନଜର ଆସିଛନ୍ତି। ଭିଡିଓରେ ଝିଅ ଭାମିକା ଅନୁଷ୍କା ଶର୍ମାଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି।

ଭିଡିଓରେ ଦେଖାଯାଉଛି ଯେ ଭିରୁଷ୍କା ଦମ୍ପତି ହାତ ଯୋଡ଼ି ସନ୍ଥ ପରମାନନ୍ଦ ମହାରାଜଙ୍କ ପ୍ରବଚନ ଶୁଣୁଛନ୍ତି। ସୂଚନାଥାଉକି, ଉଭୟ ବୃନ୍ଦାବନରେ ଦୁଇ ଦିନ ରହିବା ସମୟରେ ଉକ୍ତ ଆଶ୍ରମକୁ ଯାଇଥିଲେ। ଦୁହେଁ ଦିଲ୍ଲୀ ଯିବା ପୂର୍ବରୁ ଆଶ୍ରମରେ ପ୍ରାୟ ଅଧ ଘଣ୍ଟା ବିତାଇଥିଲେ। ଖବର ଅନୁଯାୟୀ ଦୁହେଁ ସେଠାରେ ନିରାଶ୍ରୟଙ୍କୁ କମ୍ବଳ ମଧ୍ୟ ବଣ୍ଟନ କରିଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ ସନ୍ଥ ମହାରାଜ କଳା କୋଟ ପିନ୍ଧି ବସିଥିବା ଅନୁଷ୍କାଙ୍କୁ ଏକ ଚାଦର ଘୋଡାଇଦେଉଛନ୍ତି। ଏଥିସହିତ ଅନ୍ୟ କେତେକ ସାଧୁ ବିରାଟଙ୍କୁ ଫୁଲମାଳ ପିନ୍ଧାଉଥିବା ଦେଖିବାକୁ ଦେଖିବାକୁ ମିଳୁଛି। ଏହା ପୂର୍ବରୁ ଭିରୁଷ୍କା ମନ୍ଦିର ଭିତରକୁ ପ୍ରବେଶ କରୁଥିବାର କିଛି ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହି ଦମ୍ପତି ସେମାନଙ୍କର ବୃନ୍ଦାବନ ଭ୍ରମଣ ପୂର୍ବରୁ ନୂଆ ବର୍ଷ ଅବସରରେ ଦୁବାଇରେ ଥିଲେ।

Comments are closed, but trackbacks and pingbacks are open.