କିଏ ହେବ ପରବର୍ତୀ ବାଚସ୍ପତି ,ଚାଲିଛି କଳ୍ପନା ଜଳ୍ପନା

35

ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ୫ମ ପାଳିରେ ନିଜ ମନ୍ତ୍ରିମଣ୍ଡଳରେ କରିଛନ୍ତି ବଡ଼ ଧରଣର ଅଦଳ ବଦଳ ସାମୁହିକ ମନ୍ତ୍ରୀଙ୍କୁ ଇସ୍ତଫା ଦେବାପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଫୋନ ଯୋଗେ ନିର୍ଦେଶ ଦେଇଥିଲେ I ମନ୍ତ୍ରୀମଣ୍ଡଳ ରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ,ଆସନ୍ତାକାଲି ୧୧.୪୫ ରେ ଲୋକସେବା ଭବନ କନଭେନସନ ହଲ ରେ ହେବ ଶପଥ ଗ୍ରହଣ Iଏ ସବୁ ମଧ୍ୟରେ ବିଧାନ ସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟ କୁ ପଠାଇ ଦେଇଛନ୍ତି I ତେବେ ପରବର୍ତ୍ତୀ ବାଚସ୍ପତି କିଏ ହେବ ବୋଲି ଚାଲିଛି କଳ୍ପନା ଜଳ୍ପନା I ବାଚସ୍ପତି ଦୋୖଡରେ ବହୁ ବରିଷ୍ଠନେତା ନେତା ଆଛନ୍ତି I ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ପ୍ରଦୀପ ଅମାତ, ଅମର ଶତପଥୀ, ପ୍ରଫୁଲ୍ଲ ମଲ୍ଲିକ । ତେବେ ଯଦି ମହିଳାଙ୍କୁ ସୁଯୋଗର କଥା କୁହାଯାଏ ବରିଷ୍ଠ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକଙ୍କୁ ସୁଯୋଗ ମିଳିପାରେ । ଯେହେତୁ ୨୦୨୪ ନିର୍ବାଚନ ପୂର୍ବରୁ ନବୀନ ମହିଳାଙ୍କୁ ସଶକ୍ତିକରଣକୁ ଗୁରୁତ୍ୱ ଦେଉଛନ୍ତି ତା ସହ ପ୍ରତିଟି କ୍ଷେତ୍ରରେ ୩୩ପ୍ରତିଶତ ସଂରକ୍ଷଣର କଥା ଆସୁଛି ତେଣୁ ପ୍ରମିଳାଙ୍କ ବାଚସ୍ପତି ହେବା ମଧ୍ୟ ଏକପ୍ରକାର ଚର୍ଚ୍ଚା ହେଉଛି I ସେହିପରି ବିଧାନସଭାର ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ, ସରକାରୀ ମୁଖ୍ୟ ସଚେତକ ଭାବେ ପ୍ରଶାନ୍ତ କୁମାର ମୁଦୁଲି ଓ ଉପମୁଖ୍ୟ ସଚେତକ ଭାବେ ସରୋଜ ମେହେରଙ୍କୁ ସାମିଲ କରାଯିବା ବୋଲି ଚର୍ଚା ଜୋର ଧରିଛି I

Comments are closed, but trackbacks and pingbacks are open.