ଭୁବନେଶ୍ଵର: ଓଡ଼ିଶା ପ୍ରଦେଶରେ ଆଇନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ ନୋଟାରୀ ଓ ଆଇନଜୀବୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ନୋଟାରୀ ଓ ଆଇନଜୀବୀଙ୍କ ଲାଗି ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ ବିଷୟରେ ଆଲୋଚନା କରିଥିଲେ। ଏହି ୱେବପୋର୍ଟାଲ ଜରିଆରେ ସବୁ ନୋଟାରୀ ଓ ଆଇନଜୀବୀମାନଙ୍କୁ ପଞ୍ଜିକୃତ କରାଯିବ ଏବଂ ନୂଆ ନୋଟାରୀ ନିଯୁକ୍ତି ଲାଗି ମଧ୍ୟ ଏହି ପୋର୍ଟାଲ ଜରିଆରେ ଦରଖାସ୍ତ ଆହ୍ୱାନ କରାଯିବ। ପରବର୍ତ୍ତୀ ସମୟରେ ନୋଟାରୀ ମାନେ ନିୟମିତ ନିଜ କାର୍ଯ୍ୟର ବିବରଣୀ ଦାଖଲ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ଅରୁଣ କୁମାର ସାହୁ ଏବଂ ଯୁଗ୍ମ ଶାସନ ସଚିବ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.