ବିନା ଛୁଞ୍ଚି ରେ ଶିଶୁଙ୍କୁ ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ

24

ଆଗାମୀ ଦିନରେ ଶିଶୁମାନଙ୍କୁ କୋଭିଡ୍‌ ଟିକାକରଣ କରାଯିବା ନେଇ ଭାରତ ସରକାର ଙ୍କ ଲକ୍ଷ୍ୟ ରହିଛି I ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଆଭାସୀ ଜରିଆରେ ବୈଠକ ଅନୁଷ୍ଠିତ ହୋଇଛି I ନିଷ୍ପତି ଅନୁଯାୟୀ୧୨ ବର୍ଷର ଉର୍ଧ୍ଵ ପିଲାମାନଙ୍କୁ ‘ଜାଇକଭ-ଡି’ ଏବଂ ୨ ବର୍ଷରୁ ଉର୍ଧ୍ଵ ଶିଶୁମାନଙ୍କୁ ‘କୋଭାକସିନ’ ଟୀକା ଦିଆଯିବ। ତେବେ ଶିଶୁ ମାନଙ୍କୁ ଯେଉଁ ଟୀକା ଦିଆଯିବ ସେଥିରେ ଛୁଞ୍ଚି ନ ଥିବ I ବିନା ଛୁଞ୍ଚି ରେ କିଭଳି ଶିଶୁଙ୍କୁ ଟୀକା ଦିଆଯିବ ସେ ନେଇ ଭାରତ ସରକାର ଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡ଼ିଓ କନଫରେନ୍ସିଂରେ ତାଲିମ ପ୍ରଦାନ କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ତେବେ ପିଲାଙ୍କୁ କେଉଁ ଭ୍ୟାକ୍ସିନ ପ୍ରଥମେ ଦିଆଯିବ, ସେନେଇ କେନ୍ଦ୍ରରୁ ସବିଶେଷ ଗାଇଡ୍‌ଲାଇନ୍‌ ଆସିଲେ ରାଜ୍ୟରେ ଏନେଇ ବ୍ୟବସ୍ଥା କରାଯିବ। ତେବେ ପିଲାମାନଙ୍କ ପାଇଁ ଭାରତ ସରକାର ଙ୍କ ପକ୍ଷରୁ ‘ଜାଇକଭ-ଡି’ ଟିକାକୁ ଅନୁମତି ମିଳିଛି I ‘ଜାଇକଭ-ଡି’ ଭ୍ୟାକ୍ସିନ ହେଉଛି DNA ପ୍ଲାଜମାରେ ପ୍ରସ୍ତୁତ ଟିକା I ହେଲେ ଭାରତ ସରକାର ଙ୍କ ପକ୍ଷରୁ କେବେ ସୁଦ୍ଧା ଶିଶୁମାନଙ୍କୁ ଟୀକାକରଣ କରାଯିବ ସେ ନେଇ ସଠିକ ତଥ୍ୟ ଜଣାପଡି ନାହିଁ I । ଯଦି ସମସ୍ତଙ୍କ ସହ ପିଲାଙ୍କ ଟିକାକରଣ କରାଯାଏ, ତେବେ ରାଜ୍ୟରେ ଟିକା କେନ୍ଦ୍ର ବଢାଇବାକୁ ପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
୧୨ ବର୍ଷରୁ ଅଧିକ ବୟସ୍କଙ୍କ ଦେହରେ ଏହାର ପରୀକ୍ଷଣ ସରିଥିବା ବେଳେ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇସାରିଛି। ଅନ୍ୟପଟେ କୋଭାକ୍ସିନ ୨ରୁ ୧୮ ବର୍ଷ ବୟସ୍କଙ୍କ ଦେହରେ ପରୀକ୍ଷଣ ପରେ ସବଜେଟ୍‌ କମିଟିର ଆପ୍ରୁଭାଲ୍‌ ପାଇଥିବା ବେଳେ ଏଯାଏ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇନାହିଁ। ସେହିଭଳି ୧୮ ବର୍ଷରୁ ଉର୍ଧ୍ଵ ବିଭିନ୍ନ ବର୍ଗ ଙ୍କୁ ଏବେ ଡବଲ ଡୋଜ ଟୀକାକରଣ ଅଧାରୁ ଅଧିକ ହେଇ ସାରିଲାଣି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Leave A Reply

Your email address will not be published.