ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

298

ଭୁବନେଶ୍ୱର, ୨୯/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭଗବତୀପୁର ଗ୍ରାମରେ ଚଳିତ ମାସ ୧୭ରୁ ୨୩ ତାରିଖ ସାତ ଦିନ ଧରି ସ୍ୱତନ୍ତ୍ର ସେବା ଶିବିର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି ।
ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆ ଏନଏସ୍‌ଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, ସରପଂଚ ଲକ୍ଷ୍ମୀପ୍ରିୟା ସାହୁ, ଭାବଗ୍ରାହୀ ସାହୁ, ୱାର୍ଡମେମ୍ବର ବିଭୀଷଣ ନାୟକ, ଅଙ୍ଗନବାଡୀ କର୍ମୀ ମୌସୁମୀ ପରିଡା ଏବଂ କାର୍ଯ୍ୟକ୍ରମ ଅଧିକାରୀ ସହ-ପ୍ରାଧ୍ୟାପକ ଡକ୍ଟର ରାକେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଶିବିର ମାଧ୍ୟମରେ ଫାର୍ମାସୀ ବିଭାଗର ସ୍ୱେଚ୍ଛାସେବୀମାନେ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଷୟରେ ସଚେତନତା ପ୍ରଦାନ କରିଥିବାବେଳେ ଏହି ଗ୍ରାମର ସମସ୍ତ ମହିଳା ଓ ନାବାଳିକାମାନଙ୍କୁ ସ୍ୱଚ୍ଛତା, ମାସିକ ଋତୁସ୍ରାବ, ନାରୀମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାରର ସଚେତନତା ଓ ନିୟମ ସଂପର୍କରେ ଅବଗତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ “ମା ପାଇଁ ଗଛଟିଏ” ସହ ମୌଳିକ ଆଇନ ସହାୟତାର ବିଭିନ୍ନ ଦିଗ ବିଷୟରେ ଶିବିର ଓ ପଦଯାତ୍ରା ଆଦି ଆୟୋଜନ କରାଯାଇଥିଲା ।
ଏହି ସାତଦିନିଆ ଶିବିରରେ ଗ୍ରାମୀଣ ପରିବେଶରେ ସରକାରଙ୍କ ଦ୍ୱାରା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନେବାର ଲକ୍ଷ୍ୟ ନିଆଯାଇଥିଲା ।

Comments are closed, but trackbacks and pingbacks are open.