ଆଣ୍ଟିବାୟୋଟିକ ଉପରେ ଲଗାମ ପାଇଁ ଆସିବ ସ୍ୱତନ୍ତ୍ର ଆପ୍‌,ପ୍ରେସକ୍ରିପସନକୁ କରାଯିବ ଡିଜିଟାଲାଇଜେସନ: ସ୍ୱାସ୍ଥ୍ୟମନ୍ତ୍ରୀ

18

ଭୁବନେଶ୍ୱର: ଆଣ୍ଟିବାୟୋଟିକ ର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ ଏକ ସ୍ୱତନ୍ତ୍ର ଆପ୍‌ ଆଣୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ଡାକ୍ତର ଲେଖୁଥିବା ପ୍ରେସକ୍ରିପସନକୁ କରାଯିବ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ । ଏହାଦ୍ୱାରା ଡାକ୍ତର କେତୋଟି ଓ କେଉଁ ଆଣ୍ଟିବାୟୋଟିକ ଲେଖିଛନ୍ତି ତାହା ସ୍ପଷ୍ଟ ହେବ ।କୌଣସି ରୋଗ ପାଇଁ ଆଣ୍ଟିବାୟୋଟିକ ସେବନ କଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ସତ କିନ୍ତୁ ଶରୀର ସହ ଅଭ୍ୟସ୍ତ ହୋଇଯାଏ । ଫଳରେ ପରେ ଆଉ ସେହି ଆଣ୍ଟିବାୟୋଟିକ କାମ ନ କରିବା ଦ୍ୱାରା ରୋଗୀକୁ ଅଧିକ ଡୋଜର ଔଷଧ ସେବନ କରିବାକୁ ପଡେ । ପରିସ୍ଥିତି ଓ ପରିବେଶ ସହ କ୍ଷତିକାରକ ବ୍ୟାକ୍ଟେରିଆ ଗୁଡ଼ିକ ନିଜର ସ୍ବରୂପ ବଦଳାଉଛନ୍ତି । ହେଲେ ମାତ୍ରାଧିକ ଆଣ୍ଟିବାୟୋଟିକ ସେଵନ ଫଳରେ ମଣିଶ ଶରୀରରେ ଆଣ୍ଟି ମାଇକ୍ରୋବିୟାଲ ରେଜିଷ୍ଟାନ୍ସ ବଢ଼ିଯାଉଛି । ଆଉ ଗୁରୁତର ରୋଗ ବିରୋଧରେ ଆଣ୍ଟିବାୟୋଟିକ୍ ଫଳପ୍ରଦ ହେଉନାହିଁ । ନୂଆ ଆପ୍‌ରେ ଡିଜିଟାଲ ପ୍ରେସକ୍ରିପସନ୍ ରହିଲେ ଡାକ୍ତର ଆଣ୍ଟିବାୟୋଟିକ୍ ଲେଖୁଛନ୍ତି କି ନାହିଁ ଜଣାପଡ଼ିବ । ଆରୋଗ୍ୟ ସେତୁ ୨.୦ ଆପ୍‌ ଜରିଆରେ ଡିଜିଲକର ବ୍ୟବସ୍ଥା ଆଣୁଛି ସ୍ୱାସ୍ଥ୍ୟ ବିଭାଗ । ଏବେ ଡିଜିଟାଲ ପ୍ରେସକ୍ରିପସନ ରୋଗୀଙ୍କୁ ଅଧିକ ସହାୟତା କରିବ । ଏଥିରେ ରୋଗୀଙ୍କ ସମସ୍ତ ପ୍ରେସକ୍ରିପସନ ରହିପାରିବ ।

Comments are closed, but trackbacks and pingbacks are open.