ଓୱାଇସିଙ୍କ ଘରେ ହୋଇଥିବା ଆକ୍ରମଣକୁ ନେଇ ବାଚସ୍ପତିଙ୍କ ଉଦବେଗ

64

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମିନ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଦିଲ୍ଲୀ ଘରେ ହୋଇଥିବା ଆକ୍ରମଣକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଉଦ୍ବେଗ ପ୍ରକାଶ କରିଛନ୍ତି। ଓମ୍ ବିର୍ଲା ଓୱାଇସିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ଏହି ଘଟଣା ହାଇ ସିକ୍ୟୁରିଟି ଜୋନ୍ ସମ୍ମୁଖରେ ଏବଂ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ନିକଟରେ ଘଟିଥିବାରୁ ବାଚସ୍ପତି ଦିଲ୍ଲୀ ପୋଲିସ କମିଶନରଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଗୁରୁବାର ରାତିରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦାବି କରିଛନ୍ତି ଯେ ତାଙ୍କ ଘରେ କିଛି ଲୋକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ସେ କହିଛନ୍ତି ଯେ, ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଘରେ କାଳି ଫିଙ୍ଗି ଫେରାର ହୋଇଯାଇଥିଲା। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ।

Comments are closed, but trackbacks and pingbacks are open.