କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ୩୨ତମ ଶ୍ରାଦ୍ଧୋତ୍ସଵ, ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର

28

 ଭୁବନେଶ୍ୱର : ବିଶିଷ୍ଟ ଜାତୀୟତାବାଦୀ ନେତା ,‘କଳିଙ୍ଗ’ ଓ ‘ସମ୍ବାଦ’ ଖବରକାଗଜର ପୂର୍ବତନ ସମ୍ପାଦକ,ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ୩୨ତମ ଶ୍ରାଦ୍ଧୋତ୍ସଵ ଅବସରରେ ବୁଧବାର  ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଆଜି ଗ୍ରନ୍ଥଗାରଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେସ୍ଵର୍ଗତ ମହାନ୍ତିଙ୍କଦ୍ଵାରା  ରଚିତ ଓ ତାଙ୍କ ଉପରେ ରଚିତ ପୁସ୍ତକ ପ୍ରଦର୍ଶନ କରାଯିବା ସହ ତାଙ୍କ ଦ୍ୱାରା ଲିଖିତ ବିଭିନ୍ନ ପୁସ୍ତକ ଉପରେ ସମୀକ୍ଷା କରାଯାଇଥିଲା।ତାଙ୍କ ଦ୍ୱାରା ଲିଖିତ ନୀଳଶୈଳ,ନୀଳାଦ୍ରୀବିଜୟ,ଅନ୍ଧଦିଗନ୍ତ,ମହାନିର୍ବାଣ, ମାଂସର କୋଣାର୍କ,ଶେଷ ସ୍ତମ୍ଭ,ଉତ୍କଳ ଯୁଗେ ଯୁଗେ,ଖଟା ମାଟି,ଦୁଇ ସୀମାନ୍ତ,ସୁରେନ୍ଦ୍ର ସୃଷ୍ଟି ସମୀକ୍ଷା,ସୁରେନ୍ଦ୍ର ଗଳ୍ପବୀକ୍ଷା,ମଧୁବାବୁଙ୍କ ଜୀବନୀ କୁଳବୃଦ୍ଧ ସହିତ ବହୁ ଉପାଦେୟ ପୁସ୍ତକ ଓ ପ୍ରବନ୍ଧ ରଚନାଓଡ଼ିଶାର ବାଣୀଭଣ୍ଡାରଙ୍କୁ ସମୃଦ୍ଧ କରିଛି ।ତାଙ୍କ ଲେଖନୀରେ ତତ୍କାଳୀନ ସମାଜର ବାସ୍ତବ ଚିତ୍ର ଉପସ୍ଥାପିତ ହୋଇଛି । ମଧୁବାବୁଙ୍କ ଜୀବନର ବିଭିନ୍ନ ଦିଗ ଉପରେ ସେ ‘କୁଳବୃଦ୍ଧ’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି।ନୀଳଶୈଳ ଓ ନିଳାଦ୍ରୀବିଜୟ ପୁସ୍ତକରେ ସେ ଶ୍ରୀ ଜଗନ୍ନାଥ ଏବଂ  ଓଡ଼ିଶାର ତତ୍କାଳୀନ ସମୟର ଚିତ୍ର ଉପସ୍ଥାପନ କରିଛନ୍ତି।କଳିଙ୍ଗ ଓ ସମ୍ବାଦ ଖବରକାଗଜରେ ତାଙ୍କର ସମ୍ପାଦକୀୟ ପୃଷ୍ଠା ନିରପେକ୍ଷ ଓ ନିର୍ଭୀକ ଥିଲା।ସେ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ୧୯୭୧ମସିହାରେ କେନ୍ଦ୍ରାପଡାରୁଲୋକସଭାକୁ ନିର୍ବାଚିତ ହେବା ସହ ୧୯୭୮ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ରାଜ୍ୟର ସାମଗ୍ରିକ ବିକାଶରେ ତାଙ୍କ ଅବଦାନ ଅତୁଳନୀୟରହିଥିଲା ବୋଲି ଗ୍ରନ୍ଥାଗାରିକ ସଳିତା ପାତ୍ର,କଣ୍ଠମଣି ବିଶ୍ୱାଳ,ମଂଜୁରାଣୀ ମୁଦୁଲି,ବିଜୟଲଷ୍ମୀ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।  ଅନସୂୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.