ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ଓମ ବିର୍ଲା ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇ ସାରିଛି । ଏହା ପରେ ଆଜି ଗୃହକୁ ପ୍ରଥମ ଥର ସମ୍ବୋଧିତ କରିଛନ୍ତି ଓମ ବିର୍ଲା । ସେ ସ୍ପଷ୍ଟ କରିଛନ୍ତି ଯେ, ସଂସଦ କୌଣସି ବ୍ୟକ୍ତିବିଶେଷଙ୍କ ଇଚ୍ଛା ବା ବିଶେଷାଧିକାରରେ ନୁହେଁ, ବରଂ ନିୟମ ଓ ପରମ୍ପରା ଆଧାରରେ ପରିଚାଳିତ ହୁଏ ।
ଓମ ବିର୍ଲା କହିଛନ୍ତି, ସଭିଙ୍କୁ କହିବାର ବରାବର ସୁଯୋଗ ମିଳିବ । ଅନାସ୍ଥା ପ୍ରସ୍ତାବ ଉପରେ ଦୁଇ ଦିନ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ଏହା ୧୪୦ କୋଟି ଜନତାଙ୍କ ସଦନ । ଗୃହର ନିୟମ ମାନି ଚଳିବା ସଭିଙ୍କ କାମ । ମୋ ଉପରେ ବିରୋଧୀଙ୍କ ସ୍ୱର ଦବାଇବାର ଅଭିଯୋଗ ହୋଇଥିଲା । କିନ୍ତୁ ସଂସଦୀୟ ବ୍ୟବସ୍ଥାରେ ମୋର ଅତୁଟ ଭରସା ରହିଛି । ଗୃହରେ ସହମତି ଏବଂ ଅସହମତିର ପରମ୍ପରା ରହିଛି । ମୁଁ ପ୍ରତ୍ୟେକ ସଦସ୍ୟଙ୍କ କଥାକୁ ଗମ୍ଭୀରତା ସହ ଶୁଣିଛି । ମୁଁ ସମର୍ଥନ ଦେଇଥିବା ଏବଂ ସମାଲୋଚନା କରିଥିବା ସମସ୍ତ ସାଂସଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି । ଏହି ଆସନ କୌଣସି ବ୍ୟକ୍ତିଙ୍କ ନୁହେଁ ବୋଲି ବିର୍ଲା କହିଛନ୍ତି । ନିଜର ସମ୍ବୋଧନ ଆରମ୍ଭରେ ସେ କହିଛନ୍ତି ଯେ, ମୁଁ ସର୍ବଦା ଚେଷ୍ଟା କରି ଆସିଛି ଯେ, ଲୋକସଭାରେ ପ୍ରତ୍ୟେକ ସଦସ୍ୟ ନିୟମ ଅନସାରେ ନିଜର ବିଚାର ରଖନ୍ତୁ । ଏଥିପାଇଁ ସଭିଙ୍କୁ ସମୟ ଦେବାକୁ ଉଦ୍ୟମ କରିଛି । ମୁଁ ସର୍ବଦା ଏହା ପ୍ରୟାସ କରୁଛି ଯେ, ଗୃହର କାର୍ଯ୍ୟ ନିରପେକ୍ଷ, ଅନୁଶାସନ, ସନ୍ତୁଳନ ଓ ନିୟମ ସହିତ ସଞ୍ଚାଳିତ ହେଉ । ମୁଁ ମୋର ନୈତିକ କର୍ତ୍ତବ୍ୟର ପାଳନ କରି ନିଜ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସମୟରେ କାର୍ଯ୍ୟରୁ ଦୂରେଇ ରହିଥିଲି ।
Next Post
Comments are closed, but trackbacks and pingbacks are open.