ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଉଦ୍‍ଯାପିତ ,ଶିକ୍ଷା ହିଁ କନ୍ୟା ସନ୍ତାନର ତୃତୀୟ ନୟନ: ଅଚ୍ୟୁତ ସାମନ୍ତ

20

ଭୁବନେଶ୍ୱର,୨୮ା୫: ଦୁଇ ଦିନ ଧରି କିଟ୍‍ ରେ ଚାଲିଥିବା ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଶନିବାର ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ଉତ୍ସବରେ ଉଦ୍‍ବୋଧନ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଶିକ୍ଷା ହେଉଛି ପ୍ରତ୍ୟେକ କନ୍ୟା ସନ୍ତାନଙ୍କ ତୃତୀୟ ନୟନ । ଶିକ୍ଷା ଜରିଆରେ କିଟ୍‍ ଓ କିସ୍‍ ଏଠାରେ ଅଧ୍ୟୟନ କରୁଥିବା ବହୁ ଛାତ୍ରୀଙ୍କ ଜୀବନରେ ପରିବର୍ତ୍ତନ ଅଣାଇପାରିଛି ଏବଂ ସେମାନେ ସମାଜର ଜଣେ ଜଣେ ପରିବର୍ତ୍ତନକାରୀ ଭାବେ ସମାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । କିଟ୍‍ ଓ କିସ୍‍ ସର୍ବଦା ଲିଙ୍ଗଗତ ସାମ୍ୟତା ଉପରେ ଗୁରତ୍ୱ ଦେଇ ଆସିଛି । ଏଠାରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଛାତ୍ରୀ ଶିକ୍ଷା ଲାଭ କରୁଥିବା ବେଳେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ମହିଳା କର୍ମଚାରୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରୁଛନ୍ତି । କିଟ୍‍ ର ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ସ୍ୱାଗତ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ନାରୀ ପ୍ରଗତି ଓ ଲିଙ୍ଗ ବୈଷମ୍ୟ ଦୂର କରିବା ନେଇ ବହୁ ନିଷ୍କର୍ଷ ବାହାରି ପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା କହିଲେ, ଭାରତର ବିଭିନ୍ନ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ପାଠ୍ୟକ୍ରରେ ଛାତଙ୍କ୍ର ଅପେକ୍ଷା ଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରୁଥିଲେ ମଧ୍ୟ ଇଂଜିନିୟରିଂ ବିଭଗରେ ଛାତ୍ରୀଙ୍କ ପ୍ରଦର୍ଶନ ଛାତ୍ରଙ୍କଠାରୁ କମ୍‍ ରହିଛି । ଆଇଆଇଟି, ଏନ୍‍ଆଇଟି ଭଳି ଇଂଜିନିୟରିଂ ଅନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ପ୍ରଦର୍ଶନ ଯେଭଳି ଭଲ ହେବ ସେଥତ୍ପ ।ଇଁ ଆମକୁ ସୁଚିତିନ୍ତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ । ପ୍ରଜ୍ୱଳାର ସହପ୍ରତିଷ୍ଠାତ୍ରୀ ସୁନିତା କ୍ରିଷ୍ଣନ୍‍ ଭର୍ଚୁଆଲ୍‍ରେ ଯୋଗଦେଇ ଶିକ୍ଷା ଜରିଆରେ ଜନଜାତି ଛାତ୍ରୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଥିବାରୁ କିସ୍‍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଜର୍ମାନ୍‍ ପଲିସି କୋହେରେନ୍‍ସ ୟୁଏନ୍‍ ସିଷ୍ଟମ୍‍ ଷ୍ଟାଫ କଲେଜର ଲର୍ଣ୍ଣଂ ପୋର୍ଟଫୋଲିଓ ମ୍ୟାନେଜର ସିମୋନା କୋଷ୍ଟାଞ୍ଜୋ ସୋ, ହାଇଦ୍ରାବାଦ୍‍ସ୍ଥିତ ୟୁଏସ୍‍ କନ୍‍ସୁଲେଟ୍‍ ଜେନେରାଲ୍‍ର ଷ୍ଟ୍ରାଟେଜିକ୍‍ ପବ୍ଲିକ୍‍ ଏନ୍‍ଗେଜମେଣ୍ଟ ପରାମର୍ଶଦାତା ସଲିଲ କାଦେର, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ ।


କିଟ୍ ବିଶ୍ୱବିଦ୍ୟାଳୟ, କିସ୍ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ ସ୍ଥିତ ୟୁଏସ୍ କନସୁଲେଟ ଜେନେରାଲର ମିଳିତ ସହଯୋଗରେ ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀର ଉଦ୍‍ଘାଟନୀ ଉତ୍ସବରେ ହାଇଦ୍ରାବାଦସ୍ଥିତ ୟୁଏସ୍ କନସୁଲେଟ୍ ଜେନେରାଲର କାର୍ଯ୍ୟକାରୀ ପବ୍ଲିକ ଆଫେୟାର୍ସ ଅଫିସର ଫ୍ରାଙ୍କି ଷ୍ଟର୍ମ, ଜାତିସଂଘର ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀ, ତ୍ରିନିଦାଦ୍ ଏବଂ ଟୋବାଗୋରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଅରୁଣ ସାହୁ, କୋଲକାତାସ୍ଥିତ ଥାଇଲାଣ୍ଡ କନସୁଲେଟ୍‍ର କନ୍‍ସୁଲ୍‍ ଜେନେରାଲ୍‍ ଆଚର୍‍ପନ୍‍ ୟାଭାପ୍ରାପସ୍‍ , ମାଦାଗାସକର୍‍ ଦୂତାବାସର ଚାର୍ଜ ଡି ଆଫେୟାର୍ସ ତାହିନା ରାସାମୋଏଲିନା, ବିଶିଷ୍ଟ
ଅଭିନେତ୍ରୀ ତଥା ସମାଜସେବୀ ନନ୍ଦିତା ଦାସ ଓ ବିଶିଷ୍ଟ ଅଭିନେତା ତଥା ସମାଜସେବୀ ରାହୁଲ ବୋଷ, କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସମାନ୍ତ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡିଶା ମୁଖ୍ୟ ହିମାଂଶୁ ବଳ, ୟୁଏନ୍‌ଡ଼ିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର ପ୍ରମୁଖ ମହିଳା ଅନ୍ତର୍ଭୁକ୍ତି କରଣ ଓ ସମାନ ଭାଗିଦାରୀ ଉପରେ ଆଲୋଚନା କରିଥିଲେ । ସମ୍ମିଳନୀରେ ଭାରତ ସମେତ ବାଂଲାଦେଶ, ଭୁଟାନ୍‍, ଶ୍ରୀଲଙ୍କା ଆଦି ଦେଶରୁ ୭୦ରୁ ଊର୍ଦ୍ଧ୍ୱ ମହିଳା ପ୍ରତିନିଧି ଯୋଗ ଦେଇଥିଲେ । ଏହି ଦୁଇ ଦିନିଆ ସମ୍ମିନଳୀରେ ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଆଦି ପ୍ରସଙ୍ଗରେ କର୍ମଶାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା

Comments are closed, but trackbacks and pingbacks are open.