ଭୁବନେଶ୍ବର: ବହୁ ଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି ଭୋର ସମୟରେ ପୋଲିସ ଚଢ଼ଉ କରି ରୋଷେୟା ମନ୍ମଥ କୁମ୍ଭଙ୍କୁ ତାଙ୍କ ନିଜ ଗାଁରୁ ଗିରଫ କରିଛି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୨ (ହତ୍ୟା) ଏବଂ ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଆଧାରରେ ରୋଷେୟା ମନ୍ମଥଙ୍କ ବିରୋଧରେ ଗିରଫ ପରୱାନା ଥିଲା। ମନ୍ମଥଙ୍କ ବିରୋଧରେ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲୁ) ଜାରି କରିଥିଲେ। ପୋଲିସ ଗିରଫ ପରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ହାଜର କରିଛି।
Comments are closed, but trackbacks and pingbacks are open.