ସୌମ୍ୟରଞ୍ଜନ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ହାତରେ ଆଉ ଜଣେ ଅଭିଯୁକ୍ତ ଗିରଫ

46

ଭୁବନେଶ୍ବର: ବାଲିଅନ୍ତାରେ ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ସରଜମିନ ତଦନ୍ତ ପରେ ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବାଲିଅନ୍ତା ପୋଲିସ ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କୁ ଗିରଫ କରି ସାରିଥିଲା। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ଗ୍ରହଣ କରିବା ପରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଭିଡିଓକୁ ଆଧାର କରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି। ଆଗାମୀ ଦିନରେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଆଶା କରାଯାଉଛି।

Comments are closed, but trackbacks and pingbacks are open.