ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା ରେ ନୂଆ ମୋଡ଼ : ସୋନାଲି ନନ୍ଦ ଓ ମା ଙ୍କ ବିରୋଧରେ ମାମଲା ରୁଜୁ

22

ପ୍ରେମରେ ପ୍ରତାରିତ ହୋଇ ଯୁବ ମଡେଲ ସୌମ୍ୟରଂଜନ ଆତ୍ମହତ୍ୟା ଘଟଣା ର ଆସିଛି ନୂଆ ମୋଡ଼ I ଦୀର୍ଘ ଅଢ଼େଇମାସ ପରେ ପୁଅ ର ପ୍ରେମିକା ସୋନାଲି ନନ୍ଦ ନାଁ ଓ ତାଙ୍କ ମା’ଙ୍କ ନାଁ ରେ ମାମଲା ରୁଜୁ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି I ନିର୍ଦେଶ ପାଇବାପରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ ସୋନାଲି ନନ୍ଦ ନାଁ ଓ ତାଙ୍କ ମା’ଙ୍କ ନାଁ ରେ ଦଫା ୩୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି I

ସୂଚନାନୁସାରେ ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟରଂଜନ ଭୁବନେଶ୍ୱର ନନ୍ଦନ ବିହାରରେ ରହୁଥିବା ବେଳେ ସୋନାଲିଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ରେ ରହିଆସିଥିଲା I ସମୟ କ୍ରମେ ଧୀରେ ଧୀରେ ସୋନାଲି ସୌମ୍ୟଙ୍କୁ ଛାଡି ଅନ୍ୟ ଆଡେ ସମ୍ପର୍କ ସ୍ଥାପନ କରିଥିଲେ I ଏଥିରେ ମର୍ମାହତ ହୋଇ ସୌମ୍ୟରଂଜନ ଜାନୁୟାରୀ ୩୦ରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ସୌମ୍ୟରଂଜନ ସୋନାଲି ନନ୍ଦଙ୍କୁ ଦାୟୀ କରି ସୁଇସାଈଡ଼ ନୋଟ ଛାଡି ଦେଇ ଯାଇଥିଲେ I

ପୁଅ ମୃତ୍ୟୁ ପାଇଁ ଗାୟିକା ସୋନାଲି ନନ୍ଦ ହିଁ ଦାୟୀ ବୋଲି ଅଭିଯୋଗ ଆଣି ପରିବାର ଲୋକେ ଥାନାରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପୋଲିସ କିଛି ଶୁଣି ନଥିଲା I ତେବେ ସୌମ୍ୟ ଆତ୍ମହତ୍ୟା ପୂର୍ବରୁ ସୋନାଲି ଓ ତାଙ୍କ ମା’ଙ୍କ ସହ କଥା ହେବା ବେଳେ ପ୍ରତାରିତ ହୋଇଥିବା କହିବା ସହ ଆତ୍ମହତ୍ୟା କରିବେ ବୋଲି ବି କହିଥିଲେ । ହେଲେ ସେମାନେ ଏ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କୁ ଜଣାଇ ନ ଥିଲେ। ସୌମ୍ୟଙ୍କ ପ୍ରେମିକାଙ୍କ ବିରୋଧରେ ଏପରି ମାଳ ମାଳ ଅଭିଯୋଗ ସୋଶାଲ ମିଡ଼ିଆରେ ଘୂରି ବୁଲୁଥିବା ସତ୍ତ୍ୱେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା। ସୌମ୍ୟଙ୍କ ଭଉଣୀ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‌ ଚୁପ୍‌ ବସି ରହିଥିଲା। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ସୌମ୍ୟଙ୍କ ପରିବାର ଲୋକ ଭୁବନେଶ୍ୱର ଡିସିପିଙ୍କ ଅଫିସ ସାମ୍ନାରେ ଧାରଣା ଦେଇଥିଲେ। ପରେ ପରିବାରଲୋକେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଭୁବନେଶ୍ୱର DCPଙ୍କୁ ଏନେଇ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି I

Comments are closed, but trackbacks and pingbacks are open.