ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ

70

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ । ଏନକାଉଣ୍ଟର ସକାଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେ ଆଉ ୩ ଆତଙ୍କୀ ଟଳିଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଅଞ୍ଚଳକୁ ଘେରାବନ୍ଦି କରି ରଖିଛନ୍ତି ସୁରକ୍ଷାକର୍ମୀ । ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କର ଏହା ଏକ ବଡ଼ ସଫଳତା । ସୋପିଆନ ସମେତ ବିଭିନ୍ନ ସ୍ଥାନରେ ଆତଙ୍କୀ ସନ୍ଧାନ କରୁଛି ସେନା । ମଙ୍ଗଳବାର ସକାଳେ ଏକ ଅଭିଯାନରେ ଲସ୍କର-ଏ-ତୋଏବାର ଆତଙ୍କୀକୁ ଘେରାବନ୍ଦି କରାଯାଇଛି । ଆତଙ୍କୀ ସହିତ ଗୁଳିବିନିମୟରେ ସୁରକ୍ଷାବଳ ଜଣେ ଆତଙ୍କୀ ନିହତ ହୋଇଛି । ଘଟଣା ସ୍ଥଳରେ ଅତିକମରେ ଆଉ ଦୁଇ ଜଣ ଆତଙ୍କୀ ଲୁଚିଥିବା ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚେତାବନୀ ଦେଇଛନ୍ତି ଯେ, ଭାରତ ପାକିସ୍ତାନ ବିରୋଧରେ କେବଳ “ବିରାମ” ଦେଇଛି । ସୀମା ପାରରୁ ଅନ୍ୟ କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ ଭାରତ କଡ଼ା ଜବାବ ଦେବ ।

Comments are closed, but trackbacks and pingbacks are open.