ଟିକସ ଫାଙ୍କି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କଲେ ସୋନୁ ସୁଦ

37

କରୋନା ସଙ୍କଟ ବେଳେ ସାଧାରଣ ଲୋକଙ୍କ ମସିହା ସାଜି ଥିବା ସୋନୁ ସୁଦ ଙ୍କ ଉପରେ କାହିଁକି ଲାଗିଲା ଟିକସ ଫାଂକି ଅଭିଯୋଗ ଏହାର ଜବାବ ସେ କହିଛନ୍ତି ଆଇନକୁ ସମ୍ମାନ ଦେଉଥିବା ସେ ଜଣେ ସୁନାଗରିକ I ଏହା ସହିତ ଟିକସ ଫାଂକି ଅଭିଯୋଗକୁ ଓ ବେଆଇନ ଅର୍ଥ ପ୍ରଦାନ ଅଭିଯୋଗକୁ ମଧ୍ୟ ସେ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି । ମୁମ୍ବାଇର ତାଙ୍କ ବାଷଭବନ ଓ ତାଙ୍କର ବିଭିନ୍ନ କାର୍ଯ୍ୟାଳୟରେ ଆୟକର ପକ୍ଷରୁ ଚଢ଼ାଉର ଦିନକ ପରେ ଏନେଇ ମୁହଁ ଖୋଲିଛନ୍ତି ସୋନୁ । ତେବେ ସୋନୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ତାଙ୍କୁ ଦୁଇ ଦଳରୁ ରାଜ୍ୟସଭା ଆସନ ପାଇଁ ଅଫର ମିଳିଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କାରଣ ସେ ରାଜନୀତିରେ ଯୋଗଦେବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନୁହଁନ୍ତି। ତେବେ କେଉଁ ଦୁଇଟି ଦଳରୁ ଅଫର ମିଳିଥିଲା ସେ ତାହା ସ୍ପଷ୍ଟ କରିନାହାନ୍ତି।
ତେବେ ଆୟକର ବିଭାଗ ଯାହା ବି ଦଲିଲ ଓ ସବିଶେଷ ତଥ୍ୟ ମାଗିଥିଲେ ଆମେ ଦେଇଛୁ ବୋଲି ସେ କହିଛନ୍ତି। ସେମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦିଆଯାଇଛି। ଆୟକର ବିଭାଗର ତଦନ୍ତକୁ ଆମେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଛୁ ଏବଂ ଏପର୍ଯ୍ୟନ୍ତ ସମସ୍ତ ଡକ୍ୟୁମେଣ୍ଟ୍ ଯୋଗାଇଛୁ ବୋଲି ସୋନୁ କହିଛନ୍ତି। ସେ କୌଣସି ବେନୟମ କାମ କରିନାହାନ୍ତି ବୋଲି ସୋନୁ କହିଛନ୍ତି। ତାଙ୍କ ନାମରେ ୨୦କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କି ନେଇ ଅଭିଯୋଗ ହୋଇଛି। ଆୟକର ବିଭାଗ କହିଛି ଯେ,ଗତ ବର୍ଷ ଜୁଲାଇରେ ସୋନୁଙ୍କ ସେବା ସଂସ୍ଥା ୧୮ କୋଟିରୁ ଅଧିକ ଦାନ ସଂଗ୍ରହ କରିଥିଲା । କିନ୍ତୁ ରିଲିଫ କାର୍ଯ୍ୟରେ କେବଳ ୧.୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସୋନୁ କହିଛନ୍ତି ଯେ, ଆମେ ଯାହା ସଂଗ୍ରହ କରିଛୁ ସବୁ ଦାନ ଆକାରରେ ଆସି ନାହିଁ। ସେଥିରେ ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମୋର ପାରିଶ୍ରମିକ ରହିଛି। ୧୮ କୋଟି ଟଙ୍କା ଶେଷ କରିବାକୁ ୧୮ ଘଣ୍ଟା ଲାଗିବ ନାହିଁ। କିନ୍ତୁ ମୁଁ ଚାହେଁ ସେହି ଅର୍ଥ ଜଣେ ପ୍ରକୃତ ଅଭାବୀ ଓ ଯୋଗ୍ୟ ବ୍ୟକ୍ତିପାଖରେ ପହଞ୍ଚି ଉପକୃତ ହୁଅନ୍ତୁ। ବେଆଇନ ବିଦେଶୀ ପାଣ୍ଠି ଅଭିଯୋଗ ନେଇ ସେ କହିଛନ୍ତି ସେମାନେ ମୋ ଆକାଉଣ୍ଟରେ ଗୋଟିଏ ଡଲାର ମଧ୍ୟ ପାଇପାରିବେ ନାହିଁ। ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ନିକଟକୁ ଯାଉଥିଲା ବୋଲି ସୋନୁ କହିଛନ୍ତି।
ତେବେ ଆଲୋଚନା ହେଉଛି ଯେ, ଆପ୍‌ ସରକାର ପକ୍ଷରୁ ମୋତେ ସ୍କୁଲ ଶିକ୍ଷା ପାଇଁ ମେଣ୍ଟର ହିସାବରେ ବ୍ରାଣ୍ଡ ଆମ୍ବାସାଡାର କରାଯିବା ପରେ ଏ ପ୍ରକାର ଚଢ଼ାଉ କରାଯାଉଛି। କିନ୍ତୁ ଏଠାରେ କହିରଖିବାକୁ ଚାହେଁ ଯେ, ମୁଁ AAP ର ରାଜନୈତିକ ଅଂଶୀଦାର ନୁହେଁ। ତେବେ ସୋନୁ ସୁଦ ଙ୍କ ଉପରେ ଟିକସ ଫାଙ୍କିବା ଅଭିଯୋଗ ସମ୍ପୂର୍ଣ୍ଣ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି ବିଭିନ୍ନ ମହଲ ରେ ଆଲୋଚନା ହେଉଛି I

Leave A Reply

Your email address will not be published.