ସିଡବ୍ଲୁସି ବୈଠକ ରେ ସୋନିଆଙ୍କ ମତ ‘ସେ ଦଳ ର ଫୁଲ୍ ଟାଇମ ଅଧ୍ୟକ୍ଷ ରହିବେ ‘:ଦଳୀୟ ଶୃଙ୍ଖଳାକୁ ସମସ୍ତେ ପ୍ରାଧାନ୍ୟ ଦେବା ଆବଶ୍ୟକ

13

କଂଗ୍ରେସର ଆଭ୍ୟନ୍ତରୀଣ ସଙ୍ଗଠନ ତଥା ନିର୍ବାଚନ ରଣନୀତି ସମ୍ପର୍କ ରେ ଆଲୋଚନା ପାଇଁ ଆଜି ୧୬-୧୦ ରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି ଏପରିକି ଦଳର ନୂଆ ଅଧ୍ୟକ୍ଷ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ ବୋଲି ମଧ୍ୟ ଶୁଣାଯାଉଥିଲା । ତେବେ ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ନେତାଙ୍କୁ ସମାଲୋଚନା କରି କହିଛନ୍ତି କି ସେ ଦଳର ଫୁଲ୍ ଟାଇମ୍ ଅଧ୍ୟକ୍ଷ ରହିବେ ଇ ବୈଠକରେ ସେ ଏହାମଧ୍ୟ କହିଛନ୍ତି ଯେ, ଯଦି ସମସ୍ତେ ରାଜି ହୁଅନ୍ତି ତେବେ ସେ ସ୍ଥାୟୀ ଭାବେ ଦଳର ଅଧ୍ୟକ୍ଷ ହେବେ । ଏବେବି ସେ ଅନ୍ତରୀଣ ନୁହେଁ ବରଂ ପୂର୍ଣ୍ଣକାଳୀନ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ।ଦଳୀୟ ଶୃଙ୍ଖଳାକୁ ସମସ୍ତେ ପ୍ରାଧାନ୍ୟ ଦେବା ଆବଶ୍ୟକ ସେ କେବେ ସାର୍ବଜନୀନ ପ୍ରସଙ୍ଗକୁ ଏଡାଇ ନାହାଁନ୍ତି । ଏହାସହ ବରିଷ୍ଠ ନେତାମାନେ ଗଣମାଧ୍ୟମ ଦ୍ୱାରା ତାଙ୍କ ସହ ଯୋଗାଯୋଗ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।ସୋନିଆଙ୍କ ଏହି ବୟାନ ଦଳର ଅସନ୍ତୁଷ୍ଟ ନେତାଙ୍କୁ ମୁହଁତୋଡ ଜବାବ ଦେଇଛି ।
ସୂଚନା ଯୋଗ୍ୟ ସୂଚନାଯୋଗ୍ୟ, ଦଳର ବରିଷ୍ଠ ନେତା କପିଲ ସିବ୍ବଲ କିଛି ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ କଂଗ୍ରେସରେ ଦଳର ନୀତି ଓ କାର୍ଯ୍ୟକ୍ରମ ବାବଦରେ କିଏ ନିଷ୍ପତ୍ତି ନେଉଛି ତାହା ସେ ବୁଝିପାରୁ ନାହାଁନ୍ତି ବୋଲି କହିଥିଲେ ।

ସେହିପରି ଦଳୀୟ ନିର୍ବାଚନକୁ ନେଇ ସୋନିଆ ମତ ଦେଇଛନ୍ତି ଯେ , ପୂର୍ବ ସାଙ୍ଗଠନାତ୍ମକ ନିର୍ବାଚନ ସମସ୍ତେ ଚାହୁଁଛନ୍ତି । ଗତ ଜୁନ ୩୦ ତାରିଖରେ ନିର୍ବାଚନୀ ରୋଡମ୍ୟାପକୁ ଅନ୍ତିମ ରୂପ ଦିଆଯାଇଥିଲା । କିନ୍ତୁ କରୋନା ପାଇଁ ନିର୍ବାଚନ ହୋଇପାରି ନଥିଲା । ନେତାମାନେ ସବୁ ସ୍ଥିର କରନ୍ତୁ । ଦଳ କେବଳ ଜଣଙ୍କ ଇଚ୍ଛାରେ ଚାଲିପାରିବ ନାହିଁ । ପୁରା ସଙ୍ଗଠନ ଦଳକୁ ଆଗ ଭଳି ଛିଡା କରିବାକୁ ଚାହୁଁଛି । କିନ୍ତୁ ଏଥିପାଇଁ ଏକତା ଓ ସମସ୍ତଙ୍କୁ ହିତକୁ ଧ୍ୟାନ ଦେବା ଦରକାର । । ଏହାସହ ବୈଠକରେ ସୋନିଆ ଲକ୍ଷୀମପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏହାସହ ପରୋକ୍ଷରେ ଜି-୨୩ ନେତାଙ୍କୁ ସେ ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.