ବିଗିଡ଼ିଲା ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି

223

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଡାକ୍ତରମାନେ ECG ଏବଂ MRI ଭଳି ପରୀକ୍ଷା କରିଛନ୍ତି। ପରୀକ୍ଷା ପରେ ସେ ଘରକୁ ଫେରିଯାଇଥିଲେ। ତେବେ ବର୍ତ୍ତମାନ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ସୋନିଆ ଗାନ୍ଧୀ ସୋମବାର ଛୁଟି କାଟିବା ପାଇଁ ସିମଲାରେ ପହଞ୍ଚିଥିଲେ। ସେ ତାଙ୍କ ଝିଅ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଛାରାବ୍ରାସ୍ଥିତ ବ୍ୟକ୍ତିଗତ ବାସଭବନରେ ରହୁଛନ୍ତି। କିନ୍ତୁ ହଠାତ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ IGMCକୁ ଅଣାଯାଇଥିଲା, ଯେଉଁଠାରେ ତାଙ୍କର ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.