କଂଗ୍ରେସ ନେତା ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସଂସଦ ଅଧିବେଶନ ପାଇଁ ଏଜେଣ୍ଡା ମାଗିଛନ୍ତି । କେବଳ ଏତିକି ନୁହେଁ, ସେ ୯ ଟି ପ୍ରସଙ୍ଗ ମଧ୍ୟ ତାଲିକାଭୁକ୍ତ କରିଛନ୍ତି । ଆଗାମୀ ଅଧିବେଶନରେ ସେମାନଙ୍କ ଉପରେ ଆଲୋଚନା ପାଇଁ ସମୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
କଂଗ୍ରେସ ନେତା ଚିଠିରେ ଲେଖିଛନ୍ତି ଯେ ଆପଣ ସେପ୍ଟେମ୍ବର ୧୮, ୨୦୨୩ ରୁ ସଂସଦର ଏକ ସ୍ୱତନ୍ତ୍ର ୫ ଦିନିଆ ଅଧିବେଶନ ଡାକିଛନ୍ତି । ମୁଁ ନିଶ୍ଚୟ ସୂଚାଇଦେବି ଯେ ଅନ୍ୟ ରାଜନୈତିକ ଦଳମାନଙ୍କ ସହିତ ପରାମର୍ଶ ନକରି ଏହି ସ୍ୱତନ୍ତ୍ର ଅଧିବେଶନକୁ ଡକାଯାଇଛି l ଏହାର ଏଜେଣ୍ଡା ବିଷୟରେ ଆମର କାହାରି ଧାରଣା ନାହିଁ l
Comments are closed, but trackbacks and pingbacks are open.