ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍’

10

ନୂଆଦିଲ୍ଲୀ: ‘ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍‌’ ପୁସ୍ତକଟି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ | ଏହି ପୁସ୍ତକର ପ୍ରକାଶନରୁ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ଓହରିବା ପରେ ହାର୍ପରକଲିନ୍ସ ଇଣ୍ଡିଆ ପ୍ରକାଶନ ଦାୟିତ୍ୱ ନେବାକୁ ଘୋଷଣା କରିଛି । ନଭେମ୍ବର ୧୦ ତାରିଖରେ ଏହି ପୁସ୍ତକ ବିଶ୍ୱବ୍ୟାପୀ ଉନ୍ମୋଚିତ ହେବ । ସୂଚନା ଥାଉ ଯେ, ‘ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍‌’ ପୁସ୍ତକରେ ଯୁଦ୍ଧ ପରବର୍ତ୍ତୀ ଇଟାଲୀରେ ସୋନିଆ ଗାନ୍ଧୀଙ୍କ ପିଲାଦିନରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସାକ୍ଷାତ, ପ୍ରେମ ସମ୍ପର୍କ, ବିବାହ, ଭାରତରେ ରାଜନୈତିକ ଜୀବନ ଉପରେ ଆଧାରିତ। ପ୍ରଥମେ ପୁସ୍ତକ ପ୍ରକାଶନ ସଂସ୍ଥା ପେଙ୍ଗୁଇନ୍ ଇଣ୍ଡିଆ ଏହାର ପ୍ରକାଶନ ଦାୟିତ୍ୱ ନେଇଥିଲେ । କିନ୍ତୁ କମ୍ପାନୀ ପୁସ୍ତକ ମୂଳ ଲେଖାର କିଛିଟା ସଂଶୋଧନ କରିବାକୁ କହିଥିଲେ । ମାତ୍ର ସୋନିଆ ଗାନ୍ଧୀ ଏଥିରେ ରାଜି ନ ହେବାରୁ ଶେଷରେ ପେଙ୍ଗୁଇନ୍ ପୁସ୍ତକ ପ୍ରକାଶନରୁ ନିଜକୁ ପ୍ରତ୍ୟାହାର କରି ନେଇଥିଲା । ପରେ ହାର୍ପରକଲିନ୍ସ ଇଣ୍ଡିଆ ପୁସ୍ତକ ପ୍ରକାଶ କରିବାକୁ ଘୋଷଣା କରିଛି ।

Comments are closed, but trackbacks and pingbacks are open.