ସୋନାଲି ମୃତ୍ୟୁ ମାମଲା : ଆବଶ୍ୟକ ହେଲେ ତଦନ୍ତ କରିବ ସିବିଆଇ

34

ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲରେ ଗୋଆ ପୋଲିସ ର ଲଗାତର ତଦନ୍ତ ଜାରି ରହିଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି I ଏହି ଘଟଣାରେ ସର୍ବଶେଷ ସୂଚନାଅନୁସାରେ ଡ୍ରଗ୍ସ ଲିଙ୍କ ପଦାକୁ ଆସିଛି I ଏଥିରେ ଜଡିତ ଥିବା ୫ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରି ପୋଲିସ କୋର୍ଟରେ ହାଜର କରିଛି । ତେବେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ରେ ହଜାର ପରେ ପୋଲିସ ୫ ଦିନିଆ ରିମାଣ୍ଡ ରେ ନେଇଛି ଇ ଏମାନଙ୍କ ମଧ୍ୟରେ ଅଛନ୍ତି କର୍ଲି କ୍ଲବର ମାଲିକ ଏଡାବିନ ନୁନେସ, ଡ୍ରଗ୍ସ ପେଡଲର ଦତ୍ତାପ୍ରସାଦ ଗୋଆଂକରୀ ଓ ରାମା ମାନ୍ଦରେକର । ଏହାପୂର୍ବରୁ କୋର୍ଟ ସୋନାଲି ଫୋଗଟଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ସିଂହଙ୍କୁ ୧୦ ଦିନିଆ ପୁଲିସ ହେପାଜତକୁ ପଠାଇଥିଲେ।

ସେପଟେ ଏହି ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବୟାନ ଆସିଛି । ପ୍ରମୋଦ କହିଛନ୍ତି କି, ସମସ୍ତ ଔପଚାରିକତା ପରେ ଯଦି ଆବଶ୍ୟକ ପଠେ ଏହି ମାମଲାର ଯାଂଚ ସିବିଆଇ ହାତକୁ ସମର୍ପିତ କରାଯିବ । ଏନେଇ ସରକାରଙ୍କର କୌଣସି ଅଭିଯୋଗ ନଥିବା କଥା ସେ କହିଛନ୍ତି । ଏହାରି ମଧ୍ୟରେ ସୋନାଲି ଫୋଗଟଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ହିସାରରୁ ରିଙ୍କୁ ଢାକା କହିଛନ୍ତି କି ସିବିଆଇ ଯାଂଚ ହେଲେ ଆମକୁ ନ୍ୟାୟ ମିଳିବ ।

ସୂଚନାନୁସାରେ ଗତ ସୋମବାର ବିଳମ୍ବିତ ରାତିରେ ସୋନାଲି ଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା I ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି ତାଙ୍କ ପିଏ ଙ୍କ ଠାରୁ ସୂଚନା ମିଳିଥିଲା I କିନ୍ତୁ ଏହି ଘଟଣାରେ ଗୋଆ ପୋଲିସ ର ଅଧିକ ତଦନ୍ତ ହେବାରୁ ଜଣା ପଡିଥିଲା କି ସୋନାଲି ଙ୍କ ପିଏ ସୁଧୀର ସାଙ୍ଗୱାନ ଓ ସୁଖଜୀନ୍ଦର ସିଂହ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ଏକ ପାର୍ଟି ରେ ତାଙ୍କୁ ପିଆଇଥିଲେ। ଏହା ଓଭର ଡୋଜ ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ଜଣ ଫୋଗଟଙ୍କ ମୃତ୍ୟୁ ପାଇଁ ଦାୟୀ । ତେଣୁ ପ୍ରଥମେ ଏହି ଦୁଇ ଜଣଙ୍କୁ ଗୋଆ ପୋଲିସ ଗିରଫ କରି ନିଜ ହେପାଜତ କୁ ନେଇଥିଲା I

Comments are closed, but trackbacks and pingbacks are open.