ଭବାନୀପାଟଣା : ଅଭିନବ ଉପାୟରେ ବାପାଙ୍କ ଠାରୁ ପୁଅର ଟଙ୍କା ଆଦାୟ ଉଦ୍ୟମ ଯୋଜନା ପଣ୍ଡ I ଟଙ୍କା ପାଇଁ ପୁଅ ସାଜିଲା ନକଲି ମାଓବାଦୀ। ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖି ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା । ଘଟଣାର ତଦନ୍ତ ପରେ ପୁଲିସ୍ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ।
ସୂଚନା ଅନୁସାରେ ରପ୍ରା ରୋଡର ଜଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ ନିଜ ବାପାଙ୍କୁ ମାଓବାଦୀଙ୍କ ନାଁରେ ୩୫ ଲକ୍ଷ ଟଙ୍କା ବଟି ଦେବାକୁ ଚିଠି ଲେଖିଥିଲା । ଦିନେଶଙ୍କ କାର ଭିତରେ ସେ ଏହି ଧମକପୂର୍ଣ୍ଣ ଚିଠି ରଖିଥିଲା । ଟଙ୍କା ନଦେଲେ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଥିଲା। ଏନେଇ ପରିବାର ଭୟଭୀତ ହେଇ ତୁରନ୍ତ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନର୍ଲା ଥାନା ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିଲା । ତଦନ୍ତରେ ଦିନେଶଙ୍କ ପୁଅ ଅଙ୍କୁଶ ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିବାରୁ ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Prev Post
Comments are closed, but trackbacks and pingbacks are open.