ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା

18

ବିଜୟ ଶଙ୍କର-ସୋମାଲିକାଙ୍କ ବିବାଦରେ ଟୁଇଷ୍ଟ । ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା । ବିଧାନସଭାରେ ଉଠିବ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପ୍ରସଙ୍ଗ ।ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଦାସ ନ୍ୟାୟ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଛନ୍ତି । ବିଧାନସଭାରେ ତାଙ୍କ ପ୍ରସଙ୍ଗ ଉଠାଇବା ପାଇଁ ସେ ବିରୋଧୀ ଦଳ ନେତାଙ୍କୁ ନିବେଦନ କରିଛନ୍ତି । ବିଜୟ ଶଙ୍କର ଓ ସୋମାଲିକାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଚାଲିଛି । ସୋମାଲିକା ନିଜକୁ ବିଜୟଶଙ୍କରଙ୍କ ପ୍ରେମିକା ଭାବେ ଦାବି କରିଆସୁଛନ୍ତି ।

ଏପରିକି ଉଭୟ ବିବାହ କରିବେ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥାଇ ସୁଦ୍ଧା ସୋମାଲିକାଙ୍କୁ ବିବାହ କରିବାକୁ ରାଜି ହୋଇ ନଥିଲେ ବିଜୟ ଶଙ୍କର । ଏହା ପରେ ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଥିଲା ଓ ଏହି ମାମଲା କୋର୍ଟରେ ପହଞ୍ଚିିଥିଲା । କୋର୍ଟଙ୍କ ହସ୍ତପେକ୍ଷ ପରେ ବିଜୟଙ୍କ ନାଁରେ ପୋଲିସ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରଛି । ହେଲେ ପୋଲିସ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ସୋମାଲିକା ।

ସବୁ ପ୍ରମାଣ ଥିବା ସତ୍ୱେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେ କେବଳ ପୋଲିସ ଓ କୋର୍ଟର ଚକର କାଟୁଛନ୍ତି । ନ୍ୟାୟ ପାଇଁ ସେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିଛନ୍ତି ବୋଲି କହିଛନ୍ତି ସୋମାଲିକା । ତେବେ ଜୟନାରାୟଣ ମହିଳା ଏ.ଏସ.ଆଇ ଙ୍କୁ ହାତ ଉଠାଇ ବିବାଦରେ ଥିବା ବେଳେ ଏ ପ୍ରସଙ୍ଗରେ କଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed, but trackbacks and pingbacks are open.