ବିଶ୍ବର ଶକ୍ତିଶାଳୀ ମହିଳା ମଧ୍ୟରେ ଅଛନ୍ତି ସୋମା ମଣ୍ଡଳ, ଓଡିଆ ଝିଅଙ୍କ ପ୍ରେରଣାଦାୟୀ କାହାଣୀ

318

ବର୍ତ୍ତମାନ ବିଶ୍ବର ପାଓ୍ବାରଫୁଲ୍‌ ଓମେନ ବା ଶକ୍ତିଶାଳୀ ମହିଳା ମଧ୍ୟରେ ୭୦ତମ ସ୍ଥାନରେ ଅଛନ୍ତି ଭାରତୀୟ । ମହିଳା ଜଣଙ୍କ ହେଲେ ସୋମା ମଣ୍ଡଳ । ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ SAILର ଚେୟାରମ୍ୟାନ୍ । ତାଙ୍କୁ ‘କୁଇନ୍‌ ଅଫ୍‌ ଷ୍ଟିଲ୍‌’ ମଧ୍ୟ କୁହାଯାଏ । ସୋମା କେବଳ SAILର ପ୍ରଥମ ମହିଳା କାର୍ଯ୍ୟକାରିଣୀ ନିର୍ଦ୍ଦେଶକ ନୁହଁନ୍ତି ବରଂ ପ୍ରଥମ ମହିଳା ଅଧ୍ୟକ୍ଷ ମଧ୍ୟ । ଶିଳ୍ପ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସ୍ପେସସିଆଳ ଟ୍ୟାଗ ମିଳିଛି । ସୋମା ମଣ୍ଡଳ ୧ ଜାନୁଆରୀ ୨୦୨୧ରେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମା ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହେବା ପରେ ପାରମ୍ପାରିକ ଭାବରେ ପୁରୁଷ-ପ୍ରାଧାନ୍ୟ ଇସ୍ପାତ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା । ୨୦୧୭ରେ SAIL କମ୍ପାନୀରେ ସୋମାଙ୍କୁ ବାଣିଜ୍ୟିକ ଡାଏରେକ୍ଟର ପଦ ଦିଆଯାଇଥିଲା। ଏହି ଦାୟିତ୍ବ ଗ୍ରହଣ କରିବା ପରେ ସୋମା ମଣ୍ଡଳ SAILର ମାର୍କେଟିଂ ଷ୍ଟାଟେଜିକୁ ଏକ ନୂଆ ପରିଚୟ ଦେଇଥିଲେ । ୨୦୧୭ରେ ସେ କମ୍ପାନୀ ପାଇଁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ । ଆଉ ଏହାପରଠାରୁ ହିଁ କମ୍ପାନୀର ମାର୍କେଟ ଭ୍ୟାଲ୍ୟୁ ବଢିବାରେ ଲାଗିଛି ।

ମାତ୍ର ଗୋଟିଏ ବର୍ଷ ହିଁ କମ୍ପାନୀର ବଜାର ବ୍ୟାପକ ହୋଇଥିଲା । ସୋମାଙ୍କ ଅଧ୍ୟକ୍ଷତାରେ କମ୍ପାନୀ ମାତ୍ର ୩ ବର୍ଷରେ ସର୍ବୋଚ ସ୍ତରରେ ପହଞ୍ଚିଥିଲା । ଏମିତିକି କୋଭିଡ୍‌ ମହାମାରୀରେ ମଧ୍ୟ ଏଥିରେ କୌଣସି ପ୍ରଭାବ ପଡିନଥିଲା । କମ୍ପାନୀର ଅନେକ ପ୍ରଡକ୍ଟର ବ୍ରାଣ୍ଡିଂକୁ ପ୍ରୋତ୍ସାହିତ କରନ୍ତି ସୋମା । କମ୍ପାନୀର ଦୁଇଟି ପ୍ରସିଦ୍ଧ ଉତ୍ପାଦ NEX ଏବଂ ସେଲ୍ SEQR ଲଞ୍ଚ କରିବାରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ ।

ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ସୋମା ମଣ୍ଡଳ । ସେ ପ୍ରଥମରୁ ହିଁ ପାଠପଢାରେ ବେଶ୍‌ ଭଲ ଥିଲେ । ସୋମା ମଣ୍ଡଳ ୧୯୮୪ରେ ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଶେଷ କରିଥିଲେ । ଧାତୁ ଶିଳ୍ପରେ ତାଙ୍କର ୩୫ ବର୍ଷର ଅଭିଜ୍ଞତା ରହିଛି ସୋମା ମଣ୍ଡଳ ପ୍ରଥମେ ସ୍ନାତକୋତ୍ତର ଇଞ୍ଜିନିୟର ପ୍ରଶିକ୍ଷକ ଭାବରେ ନାଲକୋରେ ଆରମ୍ଭ କରିଥିଲେ କାମ । କଠିନ ପରିଶ୍ରମ ଏବଂ ନିରନ୍ତର ପରିଶ୍ରମର ଫଳାଫଳ ଯୋଗୁଁ ସେ ୨୦୧୪ରେ ନାଲକୋରେ ମେଟାଲ୍‌ ଅଫ୍‌ ଡାଇରେକ୍ଟରର ପଦ ପାଇଥିଲେ ।

Comments are closed, but trackbacks and pingbacks are open.