ନେତାଙ୍କୁ ମିଳିବ ସୋସିଆଲ୍ ମିଡିଆ ତାଲିମ !

25

ଆଗକୁ ୨୪ ସାଧାରଣ ନିର୍ବାଚନ ସେଥିପାଇଁ ଅଣ୍ଟା ଭିଡିଲେଣି ସମସ୍ତ ଦଳ । ଆଉ ବର୍ଷକ ପରେ ସାଧାରଣ ନିର୍ବାଚନ । ନିର୍ବାଚନରେ ପ୍ରଚାରର ବଡ଼ ମାଧ୍ୟମ ପାଲଟିବ ସୋସିଆଲ୍ ମିଡିଆ । ତାହାକୁ ନଜରରେ ରଖି ବିଜେଡି ପକ୍ଷରୁ ଦଳର ନେତାମାନଙ୍କୁ ତାଲିମ୍ ପ୍ରଦାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ଦିନ ବହୁ ବିଧାୟକ, ଦଳୀୟ କର୍ମକର୍ତ୍ତାମାନଙ୍କ ସୋସିଆଲ୍ ମିଡିଆ ବ୍ୟବହାର ବିଷୟରେ ତାଲିମ୍ ଦିଆଯାଇଥିଲା ।

ରାଜ୍ୟ ବାହାରୁ ବିଶେଷଜ୍ଞ ଆସି ତାଲିମ ଦେଇଥିଲେ । ଫେସ୍‌ବୁକ୍‌, ଟ୍ୱିର୍ଟ ଓ ଇନ୍‌ଷ୍ଟାଗ୍ରାମ୍‌ର ବ୍ୟବହାରର ବିଭିନ୍ନ ଦିଗ ଉପରେ ବିଶେଷଜ୍ଞ ବୁଝାଇଥିଲେ । ସୋସିଆଲ୍ ମିଡିଆ ବ୍ୟବହାର ନେଇ ଯାହାର ଯାହା ଦ୍ୱନ୍ଦ୍ୱ ଥିଲା, ତାହା ମଧ୍ୟ ସେମାନେ ପଚାରିଥିଲେ ।

ଆଗାମୀ ଦିନରେ ଲୋକଙ୍କ ସହ ଜଡ଼ିତ ହେବାକୁ ସୋସିଆଲ୍ ମିଡିଆର ବ୍ୟାପକ ବ୍ୟବହାର କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିମ୍ ଶିବିର ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.