ସୋସିଆଲ୍ ମିଡିଆ ହେଉଛି ବ୍ୟବସାୟ ବଢାଇବାର ବେଷ୍ଟ ପ୍ଲାଟଫର୍ମ

50

ବିଜନେସ୍ ପାଇଁ ସୋସିଆଲ ମିଡିଆର ବ୍ୟବହାର ବର୍ତ୍ତମାନ ସମୟରେ ଏକ ବଡ ମାଧ୍ୟମ । ଏହି ସୋସିଆଲ ମିଡିଆ ଯେତେବେଳେ ଆରମ୍ଭ ହେଇଥିଲା କଣ କିଏ କେବେ ଭାବିଥିବେ ଯେ ବିଜନେସ୍ ଆଗକୁ ବଢାଇବାରେ ଏହା ଏକ ବଡ ସୁତ୍ରଧର ପାଲଟିବ ବୋଲି । ଆଜିର ଦିନରେ ନିଜର ଛୋଟ କିମ୍ବା ବଡ ବିଜନେସ୍ ପାଇଁ ମଧ୍ୟ ଲୋକେ ସୋସିଆଲ ମିଡିଆର ସାହାରା ନେଉଛନ୍ତି । ବର୍ତ୍ତମାନ ସମୟରେ ୪.୨ ବିଲିୟନ ଆକ୍ଟିଭ୍ ସୋସିଆଲ ମିଡିଆ ସାରା ବିଶ୍ୱରେ ବିଜନେସ୍ ପାଇଁ ଚାଲୁଛି । ଯଦି ଏଯାଏଁ ଆପଣ ନିଜ କାମକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରମୋସନ କରିନାହାନ୍ତି ତାହାଲେ ହୁଏତ ଆପଣ ପ୍ରତିଯୋଗିତାର ଦୁନିଆରେ ଖୁବ୍ ପଛରେ ପଡିଯିବେ ।


ବର୍ତ୍ତମାନ ଦୁନିଆକୁ ଘରେ ବସି ହାତ ମୁଠାରେ ପାଇବାର ମାଧ୍ୟମ ହିଁ ସୋସିଆଲ ମିଡିଆ । ତାହାଲେ ଚାଲନ୍ତୁ ଏ ବିଷୟରେ ଆହୁରୀ ଅଧିକ ଜାଣିବା ଓ ଆପଣଙ୍କ ବିଜନେସ୍ କେମିତି ଆଗକୁ ବଢିପାରିବ ତା ଉପରେ କିଛିଟା ଟିପ୍ସ ଉପରେ ଧ୍ୟାନ ଦେବା । ଏହା ଦ୍ୱାରା ଆପଣ ଜାଣିପାରିବେ କେମିତି ସୋସିଆଲ ମିଡିଆ ଆପଣଙ୍କ ବିଜନେସ୍ ପାଇଁ ଅଧିକ ଜରୁରୀ ।

ସୋସିଆଲ ମିଡିଆ ବ୍ୟବହାର ଆପଣଙ୍କ ବିଜନେସ୍ ବ୍ରାଣ୍ଡକୁ ଦେବ ଫାଇଦା !

୧-ନିଜ ବିଜନେସ୍ ବ୍ରାଣ୍ଡର ପ୍ରଚାର କରନ୍ତୁ-

ବର୍ତ୍ତମାନ ସମୟରେ ଜନସଂଖ୍ୟାର ଅଧା ସୋସିଆଲ ମିଡିଆ ବ୍ୟବହାରକାରୀ । ଫେସବୁକ୍‌, ଇନଷ୍ଟାଗ୍ରାମ, ଟୁଇଟର ଭଳି ପ୍ଲାଟଫର୍ମରେ ଅଧିକ ଯୋଡି ହୋଇ ରହୁଛନ୍ତି ଲୋକେ । କେବଳ ସେତିକି ନୁହେଁ ନୂଆ ନୂଆ ସୂଚନା ପାଇବାକୁ ବି ସେମାନେ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ସେଥିପାଇଁ ଆପଣଙ୍କ ବ୍ରାଣ୍ଡର ପ୍ରଚାର ଯଦି ଏହି ମାଧ୍ୟମରେ ହୁଏ ତାହାଲେ ଯେଉଁମାନେ ବି ଆପଣଙ୍କ ବିଜନେସ୍ ବିଷୟରେ ଜାଣିବାକୁ ଚାହିଁବେ ସେମାନଙ୍କୁ ଏଠାରେ ସହଜରେ ସବୁକିଛି ଉପଲବ୍ଧ ହୋଇଯିବ । ସେଥିପାଇଁ ଫେସବୁକ୍ ରେ ଆପଣଙ୍କୁ ନିଜ ବ୍ରାଣ୍ଡ ନାଁର କିଛି ପୋଷ୍ଟ କରିବାକୁ ହେବ । ଏବଂ ଆପଣଙ୍କ ବ୍ରାଣ୍ଡ କଣ କଣ ଯୋଗାଇପାରିବ ସେ ବିଷୟରେ କିଛି ଟା ତଥ୍ୟ ଆପଣ ପୋଷ୍ଟ ମାଧ୍ୟମରେ ଦେଇପାରିବେ । ଯାହା ଫଳରେ ଆପଣଙ୍କ ଗ୍ରାହକ ଜାଣିପାରିବେ ଓ ଆପଣଙ୍କ ସହ ଯୋଡିହେବେ ।

୨-ସୋସିଆଲ ମିଡିଆରେ ପବ୍ଲିକ ରିଲେସନ ଗଢିବା

ଏହାର ଅର୍ଥ ଆପଣଙ୍କୁ ସିଧାସଳଖ ଆପଣଙ୍କ ଫୋଲରସ୍ ଙ୍କ ସହ ଯୋଡି ହେବାର ଅଛି । ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶ୍ନ କିମ୍ବା କଥାର ଉତ୍ତର ଦେଲେ ସେମାନେ ଅଧିକ ବିଶ୍ୱାସ କରିବାକୁ ଲାଗିବେ । ଏବଂ ଆପଣଙ୍କ ପ୍ରଡକ୍ଟ ସତରେ ଭଲ କି ନୁହେଁ ସେ ବିଷୟରେ ତାଙ୍କର ଧାରଣା ମଧ୍ୟ ରହିବ । ବିଶ୍ୱାସ ବଢିବା କାରଣରୁ ସେମାନେ ଆପଣଙ୍କର ରେଗୁଲାର ଗ୍ରାହକ ରୂପେ ରହିବେ ଓ ଅନ୍ୟମାନଙ୍କ ସହ ତାଙ୍କର ଅନୁଭୂତି ସେୟାର କରିବେ ।

୩- ନିଜ ଓ୍ବେବସାଇଟ୍ ର ଟ୍ରାଫିକ ବଢିବ –

ଯେତେବେଳେ ଆପଣ ନିଜ ସୋସିଆଲ ମିଡିଆରେ ବ୍ରାଣ୍ଡର ପ୍ରମୋସନ କରିବେ । ସେତେବେଳେ ଏହା ଆପଣଙ୍କ ଓ୍ବେବସାଇଟ୍ କୁ ଅଧିକ ଲାଭ ଦେବ । ମୋଟାମୋଟି ଭାବେ କହିବାକୁ ଗଲେ ସୋସିଆଲ ମିଡିଆ ପୋଷ୍ଟ ଓ ଆଡଭରଟାଇଜମେଣ୍ଟ ଆପଣଙ୍କ ଓ୍ବେବସାଇଟ୍ କୁ ଟ୍ରାଫିକ ଯୋଗାଇବ । ଯିଏ ବି ଆପଣଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବେ ସେହିଠାରୁ ଆପଣଙ୍କ େଓବ୍‌ସାଇଟକୁ ବି ଲୋକ ଭିଜିଟ୍ କରିବେ । ତେଣୁ ଯଦି ଆପଣ କିଛି ନୂଆ ଅପଡେଟ୍ ଆଣିବେ ତାହା ବି ଆପଣଙ୍କ ବିଜନେସ୍ ଫଲୋରସ୍‌ଙ୍କୁ ଜଣାପଡିଯିବ ।

୪-ନିଜ ବ୍ରାଣ୍ଡକୁ ଏକ ଭିନ୍ନ ପରିଚୟ ଦେବାର ପ୍ରୟାସ-

ଧରାଯାଉ ଆପଣଙ୍କର ଏକ ପ୍ରଡକ୍ଟର ବିଜନେସ୍ ରହିଛି । କିନ୍ତୁ ତାହାକୁ ଲୋକ ଯଦି କିଣିବେ ତାହାଲେ କାହିଁକି କିଣିବେ? ଏହାର ଏକ ସ୍ୱତନ୍ତ୍ରତା ରହିବା ଦରକାର । ଆପଣଙ୍କ ଭଳି ବହୁତ ଜଣ ନିଜ ପ୍ରଡକ୍ଟକୁ ସୋସିଆଲ ମିଡିଆରେ ପ୍ରମୋସନ କରୁଥିବେ । ତାହାଲେ ଆପଣଙ୍କ ପ୍ରଡକ୍ଟ ଭିତରେ ଅଧିକ କଣ ଭଲ ଅଛି ସେଇ ଜିନିଷକୁ ଆପଣଙ୍କୁ ନିଜ ଫଲୋରସ୍‌ଙ୍କୁ ଦେଖାଇବାକୁ ପଡିବ । ନିଜ ପ୍ରଡକ୍ଟର ବିଶେଷତ୍ୱ ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିବାକୁ ପଡିବ । ଏହା ତାଙ୍କ ଦୈନନ୍ଦିନ ଜୀବନରେ କେତେ କାମରେ ଆସୁଛି । ସେ ବିଷୟରେ ବି ତାଙ୍କୁ ଜଣାଇଲେ ଆପଣଙ୍କ ପ୍ରଡକ୍ଟ ପାଇଁ ଭଲ ରିଚ୍ ବଢିବ ।

୫-ନିଜ ଫଲୋରସ୍‌ଙ୍କ ରୁଚିକୁ ବୁଝି ପୋଷ୍ଟ ପକାନ୍ତୁ-

ଆଜିକାଲି ଆପଣ ଦେଖୁଥିବେ ସମସ୍ତଙ୍କର ଛୋଟ ଛୋଟ ପୋଷ୍ଟ ବହୁତ ହିଁ ଅଧିକ ସେୟାର ହୋଇଥାଏ । ଏହାର ଦୁଇଟି କାରଣ ଥାଏ-ଏହାକୁ ସବୁଠି ପୋଷ୍ଟ କରିହୁଏ ଏବଂ ଅଧିକ ସମୟ ଖର୍ଚ୍ଚ ନ କରି ସବିଶେଷ ସୂଚନା ମିଳିଯାଏ  ।ତେଣୁକରି ଯଦି ଆପଣଙ୍କୁ ନିଜ ପ୍ରଡକ୍ଟ ବିଷୟରେ ଛୋଟ ଛୋଟ ସୂଚନା ଦେବାରେ ଅଛି ଆପଣ ନିଜ ଫଲୋରସ୍‌ଙ୍‌କ ରୂଚି ଅନୁସାରେ ପୋଷ୍ଟ କରିଲେ ଆପଣଙ୍କୁ ଭଲ ଲାଭ ମିଳିବ । ତାସହ ସବୁଠୁ ଅଧିକ ଫଲୋରସ୍ ଆପଣଙ୍କୁ ଫେସବୁକ୍ ମାଧ୍ୟମରୁ ମିଳିପାରିବ । ତେଣୁକରି ସେ ଉପରେ ବି ବିଶେଷ ଧ୍ୟାନ ଦେଇ ଆପଣଙ୍କୁ ପୋଷ୍ଟ କରିବାର ଅଛି ।

ଏହି ୫ଟି ଉପାୟ ଥିଲା କେମିତି ମିଳିବ ଆପଣଙ୍କ ବିଜନେସ୍ କୁ ସୋସିଆଲ ମିଡିଆ ମାଧ୍ୟମରେ ଫାଇଦା । କିନ୍ତୁ ପ୍ରକୃତରେ ସୋସିଆଲ ମିଡିଆରେ କେମିତି ହୁଏ ପ୍ରମୋସନ ଓ କେଉଁ ଜିନିଷ ପାଇଁ ଅଧିକ ଲୋକଙ୍କ ପାଖରେ ଆପଣଙ୍କ ବିଜନେସ୍ ପହଂଚେ ସେ ସବୁ ବିଷୟରେ ଆଗକୁ ଆଉ ଏକ ଆର୍ଟିକିଲରେ ତଥ୍ୟ ଦିଆଯିବ । ଯଦି ଏହିଭଳି ସୂଚନା ଆପଣଙ୍କ ପାଇଁ ଲାଭଦାୟୀ ହେଉଛି ତାହାଲେ ଆମର ପୋଷ୍ଟକୁ ଅନ୍ୟମାନଙ୍କ ସହ ସେୟାର କରିବାକୁ ଭୁଲିବେନି ।

Comments are closed, but trackbacks and pingbacks are open.