ସଡକ ଦୁର୍ଘଟଣାରେ ସୋସିଆଲ୍‌ ମିଡିଆ ହିରୋ ରୋହିତ ଭଟ୍ଟୀଙ୍କ ପରଲୋକ

23

ନୂଆଦିଲ୍ଲୀ:୨୨-୧୧ (ପି.ଏନ.ଏ): ଇନ୍ସଟା ଷ୍ଟାର ରାଉଡି ଭଟ୍ଟୀ ଙ୍କ ପରଲୋକ I ସୋମବାର ଏକ କାର୍‌ ଦୁର୍ଘଟଣାରେ ଆକ୍କା ରୋହିତ ଭଟ୍ଟୀଙ୍କ ପରଲୋକ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ସେ ସୋସିଆଲ ମିଡିଆ ଇନ୍ଷ୍ଟଗ୍ରାମ ରେ ଖୁବ ଚର୍ଚ୍ଚିତ ଚେହେରା ଥିଲେ I ଏହି କାର୍‌ ଦୁର୍ଘଟଣାରେ ତାଙ୍କର ଦୁଇ ଜଣ ସାଙ୍ଗ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ଦୁଇ ସାଙ୍ଗ ମନୋଜ ଏବଂ ଅସିତ୍‌ଙ୍କ ସହିତ ରୋହିତ ଏକ ପାର୍ଟିରେ ଯୋଗ ଦେଇସାରି ଗତକାଲି ବିଳମ୍ବିତ ରାତି ୩ ତବେଳେ ନିଜ କାର୍‌ରେ ଫେରୁଥିଲେ I ଫେରୁଥିବା ବେଳେ ଚୁହାଡପୁର ଅଣ୍ଡରପାସ୍‌ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦ୍ରୁତ ଗତିରେ ଆସୁଥିବା ତାଙ୍କ କାରଟି ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛ ରେ ବାଡେଇ ହୋଇଯାଇଥିଲା I ବିଳମ୍ବିତ ରାତି ୩ଟା ସମୟରେ ଏହି ଘଟଣା ଘଟିଥିଲା । ସ୍ଥାନୀୟ ବିଟା ୨ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅନିଲ କୁମାର କହିଛନ୍ତି ଯେ , କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ମୋଡ଼ରେ କାଟି ନପାରି ଏକ ଗଛ ସହ ଧକା ହୋଇଥିଲା । ଏହି ଦୁର୍ଘଟଣାରେ ରୋହିତଙ୍କ ଦୁଇ ସାଙ୍ଗ ମନୋଜ ଓ ଆତିଶ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ରୋହିତଙ୍କର ମୃତ୍ୟୁ ଘଟିଥିଲା I

ରୋହିତ ହେଉଛନ୍ତି ଗୁଜର ସମ୍ପ୍ରଦାୟର ଏବଂ ତାଙ୍କ ଘର ବୁଲନ୍ଦସହରଠାରେ । କିନ୍ତୁ ସେ ଗ୍ରେଟର ନୋଏଡାର ଚି ସେକ୍ଟରରେ ରହୁଥିଲେ। ଇନଷ୍ଟାଗ୍ରାମରେ ରୋହିତଙ୍କ ନଅ ଲକ୍ଷରୁ ଅଧିକ ଫୋଲୋଅର୍ସ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଭିଡିଓଗୁଡିକ ବହୁତ ଲୋକପ୍ରିୟ ଥିଲା, ଯେଉଁଥିରେ ଲାଇକ ଓ କମେଣ୍ଟସ ପ୍ରବଳ ଆସୁଥିଲା । ସେ ତାଙ୍କ ଭିଡିଓ ଏବଂ ରିଲ୍‌ ପାଇଁ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମରେ ବେଶ୍‌ ଲୋକପ୍ରିୟ ଥିଲେ ।

Comments are closed, but trackbacks and pingbacks are open.