ସର୍ଭର ଡାଉନ ଯୋଗୁଁ ଦୀର୍ଘ ୬ ଘଣ୍ଟା ଧରି ସାମାଜିକ ଗଣମାଧ୍ୟମ ଅଚଳ

22

ଭାରତରେ ଗତ ରାତି ପ୍ରାୟ ୮ଟା ୪୫ ପରଠାରୁ ଦୀର୍ଘ ୬ ଘଣ୍ଟା ଧରି ସାମାଜିକ ଗଣମାଧ୍ୟମ,ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ସମ୍ପୂର୍ଣ ରୂପେ ଅଚଳ ହୋଇପଡ଼ିଥିଲା ଫେସବୁକ ମାଲିକାନାରେ ଥିବା ଏହି ୩ ସୋଶାଲ ମିଡିଆ ପ୍ଲାଟଫର୍ମରେ ଲୋକମାନେ ମେସେଜ ଓ ଫଟୋ ପୋଷ୍ଟ କରିବାରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏବେ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଏହା କେବଳ ଭାରତ ରେ ନୁହେଁ, ସାରା ବିଶ୍ୱରେ ସର୍ଭର ଡାଉନ ହୋଇଯାଇଥିଲା। ଲୋକେ ଏଥିପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ

ଏ ସମ୍ପର୍କରେ ଅନେକ ଲୋକ ଟ୍ୱିଟର୍‌ରେ ଜଣାଇବା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଭାରତ ସମେତ ବିଶ୍ୱର କୋଟିକୋଟି ଲୋକ ଟ୍ୱିଟର୍‌ରେ ନିଜର ପ୍ରତିକ୍ରିୟା ରଖିବା ଆରମ୍ଭ କରିଥିଲେ। ଫେସବୁକ ପକ୍ଷରୁ ମଧ୍ୟ ଟ୍ୱିଟର୍‌ରେ ସର୍ଭର ଡାଉନ ଥିବା ସମସ୍ତଙ୍କୁ ଅବଗତ କରାଯାଇଥିଲା। ଏଥିସହ ସମସ୍ୟା ସାମାଧନ ଦିଗରେ ଇଞ୍ଜିନିୟରମାନେ ଲାଗି ପଡ଼ିଥିବା କହିଥିଲା। ଫେସବୁକର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ କହିଛନ୍ତି, ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ମ୍ୟାସେଞ୍ଜର ପୁଣି ଥରେ ଅନ୍ ଲାଇନ୍ ହୋଇଯାଇଛି

ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟେକନିକାଲ ସମସ୍ୟାଜନିତ କାରଣରୁ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ଆଂଶିକ ରୂପେ କାମ କରିଥିଲା I ଏଥିସହ ସର୍ଭର ଡାଉନ ପାଇଁ ଲୋକମାନେ ଭୋଗିଥିବା ସମସ୍ୟା ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ୍‌ କ୍ଷମା ମଧ୍ୟ ମାଗିଛନ୍ତି।

Leave A Reply

Your email address will not be published.