ସୋଆ ଛାତ୍ରୀ ଓଜେଏସ୍ ଟପ୍ପର, କୃତି ଛାତ୍ରଛାତ୍ରୀଙ୍କୁ ସୋଆରେ ସମ୍ବର୍ଦ୍ଧନା

35

ଭୁବନେଶ୍ୱର, ୧୬/୧୧ : ଚଳିତ ବର୍ଷ ଓଡିଶା ନ୍ୟାୟିକ ସେବା( ଓଡିଶା ଜୁଡିସିଆଲ୍ ସର୍ଭିସ୍‌) ରେ ଟପ୍ପର ହୋଇଥିବା ସୋଆର ଛାତ୍ରୀ ଆଦ୍ୟାଶା ମିଶ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର(ଡକ୍ଟର) ମନୋଜରଂଜନ ନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି ।

ଚଳିତ ବର୍ଷ ଓଜେଏସ୍‌ରେ ଟପ୍ପର ହୋଇଥିବା ଆଦ୍ୟାଶା ହେଉଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ଛାତ୍ରୀ । ସେହିପରି ଏହି ପରୀକ୍ଷାରେ ନବମ ସ୍ଥାନ ରଖି କୃତିତ୍ୱ ଅର୍ଜନ କରିଥିବା ସୀତେଶ ମହାନ୍ତି ମଧ୍ୟ ଏସ୍‌ଏନ୍‌ଆଇଏଲ୍ ର ଛାତ୍ର । ଏହି ଦୁଇ ଜଣଙ୍କୁ ପ୍ରଫେସର ନାୟକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଚଳିତ ବର୍ଷ ଓଜେଏସ୍ ପରୀକ୍ଷାରେ ଏସ୍‌ଏନ୍‌ଆଇଏଲ୍‌ର ସର୍ବମୋଟ୍ ୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଆଦ୍ୟାଶା ଓ ସିତେଶ ଙ୍କ ଛଡା ଅନ୍ୟ ଦୁଇଜଣ ଛାତ୍ରୀ ହେଲେ ସମୀକ୍ଷା ସ ଓ ଇପ୍ସିତା ଭୋଇ । ସମୀକ୍ଷା ଏହି ପରୀକ୍ଷାରେ ୧୫ତମ ସ୍ଥାନ ଅଧିକାର କରିଥିବା ବେଳେ ଇପ୍ସିତା ୧୭ ତମ ସ୍ଥାନରେ ରହିଛନ୍ତି ।

ସୋଆ ପରିଚାଳିତ ଏସ୍‌ଏନ୍‌ଆଇଏଲ୍ ଚଳିତ ବର୍ଷ ଏନ୍‌ଆଇଆରଏଫ୍ ର‌୍ୟାଙ୍କିଙ୍ଗ୍ ରେ ନବମ ସ୍ଥାନ ହାସଲ କରିଥିବା ବେଳେ ଏହି ଅନୁଷ୍ଠାନର ଛାତ୍ରୀ ଓଜେଏସ୍‌ରେ ଟପ୍ପର ହେବା ଏବଂ ଅନ୍ୟ ତିନି ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିବା ଗର୍ବ ର ବିଷୟ ବୋଲି କହିଛନ୍ତି ପ୍ରଫେସର ନାୟକ । ଏଥି ନିମନ୍ତେ ସେ ଏସ୍‌ଏନ୍‌ଆଇଏଲ୍ ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।
ସମ୍ବର୍ଦ୍ଧିତ ହେବାପରେ ଓଜେଏସ୍ ଟପ୍ପର ଆଦ୍ୟାଶା ମିଶ୍ର ନିଜର ଖୁସି ବ୍ୟକ୍ତ କରିବା ସହ ଏହାର ଶ୍ରେୟ ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି । ପରୀକ୍ଷାରେ ପ୍ରସ୍ତୁତି ନିମନ୍ତେ ଏସ୍‌ଏନ୍‌ଆଇଏଲ୍ ଡିନ୍ ପ୍ରଫେସର ଆଜାଦ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମଧ୍ୟ ସେମାନଙ୍କର ସହଯୋଗ ନିମନ୍ତେ ସେ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ନବମ ର‌୍ୟାଙ୍କରେ ଥିବା ସୀତେଶ କହିଛନ୍ତି ଯେ ଓଜେଏସ୍ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଏସ୍‌ଏନ୍‌ଆଇଏଲ୍ ର ଡିନ୍ ତାଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିଛନ୍ତି ।


ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବାରୁ ଉଭୟ ଆଦ୍ୟାଶା ଓ ସୀତେଶ ଅତ୍ୟନ୍ତ ଆନନ୍ଦିତ ହୋଇଥିବା କହିଛନ୍ତି ।
ଏହି ଅବସରରେ ଏସ୍‌ଏନ୍‌ଆଇଏଲ୍ ର ଡିନ୍ ପ୍ରଫେସର ଆଜାଦ , ସିନିୟର୍ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ସିିନିୟର୍ ପ୍ରଫେସର ମଧୁସୂଦନ ଦାଶ, ଆସୋସିଏଟ୍ ପ୍ରଫେସର ଚିନ୍ମୟ କୁମାର ମହାପାତ୍ର ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.