ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

163

ଭୁବନେଶ୍ୱର, ସେପ୍ଟେମ୍ବର ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଆଟିଭୋ’ ପକ୍ଷରୁ ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଗୁରୁବାର କ୍ୟାମ୍ପସ ୪ରେ ପାର୍ବଣର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବିଶ୍ୱବିଦ୍ୟାଳୟର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିଆଟିଭୋର ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ଓ ସେମାନଙ୍କର ପ୍ରତିଭା ବିକାଶ ନିମନ୍ତେ ଉତ୍ସାହିତ କରିବା ସହିତ ଏଭଳି ଉଦ୍ୟମକୁ ରାଜ୍ୟସ୍ତରରେ ଆୟୋଜନ କରିବା ପାଇଁ ଉପଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଉଦ୍‌ବୋଧନ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ ।
ଏହି ଅବସରରେ ଆଇଏଏସର ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଓ ଡକ୍ଟର ଦୀପାଲି ଦାଶ ମଂଚ ସଂଯୋଜନା କରିଥିବା ବେଳେ କ୍ରିଆଟିଭୋର ଆବାହକ ଡକ୍ଟର ଭୁବନାନନ୍ଦ ଅଧିକାରୀ, ଶ୍ରୀମତି ଲୋପାମୁଦ୍ରା ମହାନ୍ତି. ମାନସ ଦାସଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅର୍ଥାତ୍ ଓଡ଼ିଶାର ପାରମ୍ପରିକ ଓଡ଼ିଶୀ, ଛଉ, ବାଘ ନାଚ, କେନ୍ଦେରା, ଦାସକାଠିଆ, ଚକୁଳିଆ ପଣ୍ଡା, ଚଢ଼େଇଆ, ସମ୍ବଲପୁରୀ ଆଦି ଲୋକକଳା ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
ଶ୍ରୀ ବିଶ୍ୱଜିତ ମିଶ୍ର, ଡକ୍ଟର ରାକେଶ ଶତପଥୀ, ଡକ୍ଟର ବିଦ୍ୱାନ ରଞ୍ଜନ ସାହୁ, ଡକ୍ଟର ରାମକୃଷ୍ଣ ବସ୍ତିଆ, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ଏସ୍‌.ପି ମୋନାଲିସା ଓ ଡକ୍ଟର ସୁବ୍ରତ ସେନାପତି ଉତ୍ସବକୁ ପରିଚାଳନା କରିଥିଲେ ।

Comments are closed, but trackbacks and pingbacks are open.